Below header

ପ୍ରେମ ପାଇଁ ଚାଲିଗଲା ଜୀବନ, ଖାସ୍‌ ଅନ୍ୟ ସମ୍ପ୍ରଦାୟର ଝିଅକୁ ଭଲ ପାଉଥିଲେ ବୋଲି

ପ୍ରେମ କେବେ ଜାତି ବା ଧର୍ମ ବିଚାର କରି ହୁଏ ନାହିଁ । ଏହା କେତେବେଳେ କେମିତି ହୋଇଯାଏ କେହି କହିପାରିବେ ନାହିଁ । ଏମିତି ଜଣେ ଯୁବକର ପ୍ରେମ ହୋଇଥିଲା ଜଣେ ମୁସଲମାନ୍‌ ସମ୍ପଦ୍ରାୟର ଯୁବତୀଙ୍କ ସହ । ହେଲେ ଯୁବକ ଜଣକ ଦଳିତ ସମ୍ପଦ୍ରାୟର ହେବା ଯୋଗୁ ପ୍ରେମ ବଦଳରେ ଦେବାକୁ ପଡ଼ିଲା ଜୀବନ । ଘଟଣାଟି ଥିଲା ଏପରି ।

ଦିଲ୍ଲୀ ଆଦର୍ଶ ନଗର ଅଞ୍ଚଳରେ ରହୁଥିଲେ ରାହୁଲ । ନିଜେ ପଢ଼ିବା ସହ ଘରେ ଟ୍ୟୁସନ୍‌ କରୁଥିଲେ । ବିଏ ପାଶ୍‌ କରି ସିଭିଲ୍‌ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ସିଭିଲ୍‌ ସର୍ଭିସ୍‌ ପାଇଁ ନିକଟରେ ଥିବା ଏକ ସେଣ୍ଟରରୁ ଇଂରାଜି କୋଚିଂ ନେବା ବେଳେ ସେଠାରେ କୋଚିଂ ନେଉଥିବା ଜଣେ ମୁସଲିମ୍‌ ଝିଅ ସହ ସମ୍ପର୍କ ସ୍ଥାପନ ହୋଇଥିଲା ।

lover-0

ଉଭୟ କେବେ କେମିତି ମିଳାମିଶା କରୁଥିଲେ । ଏକଥା ରାହୁଳର ଘର ଲୋକେ କେହି ଜାଣି ନଥିଲେ । ଉଭୟଙ୍କ ମିଳାମିଶା ନେଇ ଝିଅର ଭାଇ ଜାଣିଯାଇଥିଲା । ଫଳରେ ସେ ନିଜ ସାଙ୍ଗମାନଙ୍କ ସହ ମିଶି ରାହୁଳକୁ ଆକ୍ରମଣ କରିବାକୁ ଯୋଜନା କରିଥିଲା ।

ଏହି ଘଟଣା ପରେ ଝିଅର ଭାଇ ରାହୁଳକୁ ଫୋନ୍‌ କରି ଡକାଇଥିଲେ ଓ କିଛି ପିଲା ଟ୍ୟୁସନ୍‌ କରିବେ ବୋଲି କହିଥିଲେ । ହେଲେ ରାହୁଳ ସେଠାରେ ପହଞ୍ଚିବା ପରେ ଝିଅର ଭାଇ ଅନ୍ୟ ସାଙ୍ଗମାନଙ୍କ ସହ  ମିଶି ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ ।

ରାହୁଳ ବହୁ କଷ୍ଟରେ ଆସି ଘରେ ପହଞ୍ଚିଥିଲେ ବି କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ସିସି ଟିଭି ଫୁଟେଜ ଆଧାରରେ ୫ ଜଣ ଯୁବକଙ୍କୁ ଗିରଫ କରିଛି । ସମସ୍ତେ ନାବାଳକ ୧୧ ଓ ୧୨ କ୍ଲାସ୍‌ରେ ପଢ଼ୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.