Below header

ଆମେରିକାରେ ବରଫ ଝଡ଼ ନେଲାଣି ୩୮ ଜଣଙ୍କର ଜୀବନ, ବମ୍‌ ସାଇକ୍ଲୋନରେ ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଆମେରିକା: ଆମେରିକାରେ ଭୟଙ୍କର ରୂପ ନେଇଛି ବମ୍‌ ସାଇକ୍ଲୋନ୍‌ । ତାପମାତ୍ରା ମାଇନସ୍‌ ୪୫ ଡିଗ୍ରୀକୁ ଖସିଛି । ଆମେରିକାରୁ କାନାଡା ଯାଏ ସାଂଘାତିକ ସ୍ଥିତି । ବରଫ ଝଡ଼ ନେଲାଣି ୩୮ ଜଣଙ୍କର ଜୀବନ । କଲବଲ ହେଉଛନ୍ତି ଆମେରିକାବାସୀ । ବମ୍‌ ସାଇକ୍ଲୋନରେ ପ୍ରଭାବିତ ହୋଇଛନ୍ତି ୨୫ ଲକ୍ଷରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କର ସିଟି ଅଫ ବୋଫାଲୋ । ସେହିପରି ପଶ୍ଚିମ ଆମେରିକାର ମୋଣ୍ଟାନା ସହରରେ ସ୍ଥିତି ସଙ୍ଗୀନ । ସେଠାରେ ସର୍ବନିମ୍ନ ତାପାମାତ୍ରା ମାଇନସ୍‌ ୪୫ ଡିଗ୍ରୀ ରହିଛି ।

ସେହିପରି ମିନୋସୋତା, ଓ୍ଵିସକନସିନ୍‌, ମିଚିଗାନ୍‌ରେ ବି ଅସବ୍ୟ ହୋଇଛି ଓ୍ଵିଣ୍ଟର ଷ୍ଟର୍ମ । ଚାରିଆଡ଼େ ଖାଲି ବରଫ ଆଉ ବରଫ । ଘର ଦ୍ୱାର ବରଫ ଚାଦର ଭିତରେ ଲୁଚି ଯାଇଛି । ରାସ୍ତାଘାଟ, ଗାଡ଼ିମୋଟର ବରଫରେ ଆଚ୍ଛାଦିତ । ପଶୁ ପକ୍ଷୀ ବରଫ ଝଡ଼ରେ ମୂର୍ତ୍ତି ପରି ଦେଖାଯାଉଛନ୍ତି । ହଜାର ହଜାର ବିମାନ ଉଡାଣ ରଦ୍ଦ ହୋଇଛି । ଆମେରିକାର ଭେରମୋଣ୍ଟ, ଓହିଓ, ମିସୌରୀ, ଓ୍ଵିସକୋନସିନ୍‌, କନସାସ ଓ କୋଲରାଡୋ ଆଦି ସ୍ଥାନରେ ବରଫ ଝଡ଼ ନେଇଛି ଜୀବନ ।

ଖ୍ରୀଷ୍ଚମାସରେ ଏପରି ଷ୍ଟର୍ମ ଗତ ୩୦ବର୍ଷ ପରେ ଦେଖାଦେଇଛି । ପ୍ରତି ୩୦ରୁ ୪୦ବର୍ଷରେ ଏପରି ସାଇକ୍ଲୋନ ବମ୍‌କୁ ସାମନା କରିଥାନ୍ତି ନର୍ଥୱେଷ୍ଟର ବାସିନ୍ଦା । ବରଫ ଝଡ଼ ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.