ବିଶିଷ୍ଟ ଲେଖିକା ନମିତା ଗୋଖ୍‌ଲେଙ୍କୁ ମିଳିବ ସମ୍ମାନଜନକ ଜାତୀୟ ସ୍ତରର ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୩

ଭୁବନେଶ୍ୱର(କେନ୍ୟୁଜ୍): ବିଶିଷ୍ଟ ଲେଖିକା ନମିତା ଗୋଖ୍‌ଲେଙ୍କୁ ମିଳିବ ସମ୍ମାନଜନକ ଜାତୀୟ ସ୍ତରର ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୩ । ଆସନ୍ତା ଜାନୁଆରୀ ୨ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ବାର୍ଷିକ ସାହିତ୍ୟ ମହାକୁମ୍ଭ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ କାଦମ୍ବିନୀ ପତ୍ରିକା ହାଟ । ଏହି ଅବସରରେ ବିଶିଷ୍ଟ ଲେଖିକା ତଥା ଜୟପୁର ଲିଟେରାରୀ ଫେଷ୍ଟିଭାଲର ସହ ପ୍ରତିଷ୍ଠାତା ଓ ସହ ନିର୍ଦ୍ଦେଶିକା ନମିତା ଗୋଖଲେଙ୍କୁ ପ୍ରଦାନ କରାଯିବ ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୩ ।

ଏହାସହ ବିଶିଷ୍ଟ ଲେଖିକା ସୁସ୍ମିତା ବାଗ୍‌ଚୀଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ ୨୦୨୩, ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀଙ୍କୁ କାଦମ୍ବିନୀ ସମ୍ପାଦକ ସମ୍ମାନ ୨୦୨୩ ପ୍ରଦାନ କରାଯିବ । ଏହାସହ ବରିଷ୍ଠ ସାହିତ୍ୟିକ ଗଣେଶରାମ ନାହକ ଓ ରବୀନ୍ଦ୍ର ନାଥ ମିଶ୍ରଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୩ରେ ସମ୍ବର୍ଦ୍ଧିତ କରାଯିବ ।

ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବିଶିଷ୍ଟ ସାହିତ୍ୟିକ ତଥା ଜାତୀୟ ସାହିତ୍ୟ ଏକାଡେମୀର ଉପସଭାପତି ମାଧବ କୌଶିକ । ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ ବିଶିଷ୍ଟ ଭାରତୀୟ ଚଳଚ୍ଚିତ୍ରର ବ୍ୟକ୍ତିତ୍ୱ ସଚିନ ପିଲଗାଓଁକର, ଅଭିନେତ୍ରୀ ସୁପ୍ରିୟା ପିଲଗୋାଁକର ଓ ପ୍ରସିଦ୍ଧ ଲେଖିକା ତଥା ସମାଜସେବୀ ଦୀପା ଦେଶମୁଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.