Below header

ତାଇଓ୍ଵାନ ଆକାଶରେ ଯୁଦ୍ଧର କଳା ବାଦଲ, ଚାରିପାଖେ ଚୀନର ସମରାଭ୍ୟାସ

ଚୀନ୍‌ ପୁଣି ତାଇଓ୍ଵାନକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି । ତାଇଓ୍ଵାନ ଆକାଶରେ ଦେଖାଦେଇଛି ଯୁଦ୍ଧର କଳା ବାଦଲ । ଚାରିପାଖେ ଚୀନ କରୁଛି ସମରାଭ୍ୟାସ । ତାଇଓ୍ଵାନ ସୀମାରେ ୭୨ ଘଣ୍ଟାର ଯୁଦ୍ଧର ଆତଙ୍କ ରଚିଛି ଚୀନ । ତାଇଓ୍ଵାନକୁ ୩ ଦିନ ଧରି ଘେରାବନ୍ଦୀ କଲା ଡ୍ରାଗନ ।

ଫାଇଟର ଜେଟ, H-6 ବମର, ଆଣ୍ଟି ସବମରାଇନ ଓ୍ଵାର୍ଣ୍ଣି ଏୟାରକ୍ରାପ୍ଟ , ଡ୍ରୋନରେ କଲା ସମରାଭ୍ୟାସ । ଗତ ଶୁକ୍ରବାର ୩୮, ଗୁରୁବାର ୩୦ ଓ ବୁଧବାର ୩୩ଟି ପିଏଲଏ ଏୟାରକ୍ରାପ୍ଟ ତାଇଓ୍ଵାନ ସୀମାରେ ବୁଲୁଥିବା ଜଣାପଡିଛି । ୭୨ ଘଣ୍ଟାରେ ୭୩ଟି ପିଏଲଏ ଏୟାରକ୍ରାପ୍ଟ ତାଇୱାନ ଷ୍ଟ୍ରିଟର ମିଡିଆନ ଲାଇନ ଅତିକ୍ରମ କରିଛି ।

ଚୀନର ଡ୍ରିଲ ତାଇଓ୍ଵାନ ପାଇଁ ଚିନ୍ତା ପାଲଟିଛି । ଗତ ତିନିବର୍ଷ ମଧ୍ୟରେ କ୍ରମାଗତ ଭାବରେ ଚୀନର ଫାଇଟର ଜେଟ୍‌ ତାଇୱାନର ସୀମା ଭେଦ କରିଛି। ଏବଂ ଗତ ଅଗଷ୍ଟ ଠାରୁ ଏହା ନିୟମିତ ଭାବରେ ଷ୍ଟ୍ରେଟ୍‌ ମିଡିଆନ୍‌ ଲାଇନ୍‌ରେ ନିଜର ଉପସ୍ଥିତି ଜାହିର କରିଛି ଚୀନ୍‌ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.