ମୃତ୍ୟୁର କାରଣ ସାଜୁଛି ମୋବାଇଲ୍ , WHO ର ସାଙ୍ଘାତିକ ରିପୋର୍ଟ

ଗାଡି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଲୋକ ଅଧିକ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଆଉ ଏହି ଦୁର୍ଘଟଣା ଅତ୍ୟନ୍ତ ମର୍ମନ୍ତୁଦ ହୋଇଥାଏ ଯେତେବେଳେ ଗାଡି ଚାଳକ ମୋବାଇଲରେ କିଛି ଲେଖୁଥାନ୍ତି । କାରଣ ସେମାନଙ୍କ ଆଖି ରାସ୍ତାରେ ନୁହେଁ ଥାଏ ମୋବାଇଲରେ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ।

ଗାଡି ଚଲାଇବା ସମୟରେ ମୋବାଇଲର ବ୍ୟବହାର କେବଳ ଗାଡି ଚାଳକ ନୁହଁନ୍ତି ବରଂ ରାସ୍ତାରେ ଯାଉଥିବା ଅନ୍ୟମାନଙ୍କୁ ମଧ୍ୟ ଅସୁବିଧାରେ ପକାଇଥାଏ । ରିପୋର୍ଟ ଅନୁସାରେ, ୨୦୧୬ରେ ମୋବାଇଲ୍ ଫୋନ୍ ବ୍ୟବହାର କରି ହୋଇଥିବା ଦୁର୍ଘଟଣା ଯୋଗୁଁ ପ୍ରାୟ ୨୧୩୮ ଜଣ ପ୍ରାଣ ହରାଇଛନ୍ତି । ଏକ ପରୀକ୍ଷଣରୁ ଜଣା ପଡିଛି ଗାଡି ଚାଳକ ପ୍ରତି ୬ ସେକେଣ୍ଡରେ ୪.୬ ସେକେଣ୍ଡ ନିଜ ମୋବାଇଲକୁ ଚାହିଁଥାନ୍ତି ।

ତେଣୁ ଗାଡି ଚଲାଇବା ସମୟରେ ମୋବାଇଲ୍ ନୁହେଁ ରାସ୍ତା ଉପରେ ଦିଅନ୍ତୁ ଧ୍ୟାନ । କାରଣ ବହୁ ମୂଲ୍ୟବାନ ଆପଣଙ୍କ ଜୀବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.