ଅପରାହ୍ନ ୪ଟାର ତାଜା ଖବର

୧-ପଳାତକ ନିରବ ମୋଦିଙ୍କୁ ପୁଣି ଧକ୍କା । ଲଣ୍ଡନ ସ୍ଥିତ େଓ୍ଵଷ୍ଟମିଁଷ୍ଟର କୋର୍ଟରେ ପୁଣି ଥରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଫଳରେ ତାଙ୍କୁ ମେ ୨୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜରେ ରହିବାକୁ ପଡ଼ିବ ।

୨-ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧି ପିଜିଆଇରେ ଭର୍ତ୍ତି କରାଯାଇଛି । ଯଦିଓ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଏଠାକୁ ଅଣାଯାଇଛି ବୋଲି କୁହାଯାଉଛି ତେବେ ଚର୍ଚ୍ଚା ହେଉଛି କି ସେ ଅସୁସ୍ଥ ଅଛନ୍ତି ।

୩-ବାରାଣସୀ ଲୋକସଭା ଆସନରେ ମୋଦିଙ୍କ ବିରୋଧରେ ଲଢ଼ିବାକୁ ନିଜେ ପ୍ରିୟଙ୍କା ଗାନ୍ଧି ମନା କରିଥିଲେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସେ ଅନ୍ୟ ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟାନ ଦେବା ଲାଗି ଏଥିରୁ ଓହରି ଯାଇଥିବା କୁହାଯାଇଛି ।

୪-ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ନିଆଁ ଲାଗିଛି । କର୍ଣ୍ଣାଟକର କରବାର ବନ୍ଦର ନିକଟରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଜଣେ ନୌସେନା ଅଧିକାରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

୫-ରୋହିତ ଶେଖର ତିଓ୍ଵାରୀ ହତ୍ୟା ଅଭିଯୋଗରେ ପତ୍ନୀ ଅପୂର୍ବାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜରେ ରଖିବାକୁ ଦିଲ୍ଲୀ ସାକେତ କୋର୍ଟଙ୍କ ନିର୍ଦ୍ଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.