Below header

ଆଜିଠୁ ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ନିର୍ମାଣରେ ବ୍ୟବହାର ହେବନି ଲୁହା

ଅଯୋଧ୍ୟା : ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟ ଆରମ୍ଭ ହେବା ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଛି । ଇଂଜିନିୟରମାନେ ଆଜି ସକାଳୁ ନିର୍ମାଣ ହେବା ସ୍ଥାନର ମାଟି ପରୀକ୍ଷା କରିଥିବା ଶ୍ରୀରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚାନ ଦିଆଯାଇଛି । ପ୍ରାଚୀନ ତଥା ପାରମ୍ପରିକ ନିର୍ମାଣ ଶୈଳିରେ ମନ୍ଦିର ନିର୍ମାଣ କରାଯିବ ।

ram temole-0

ମନ୍ଦିର କିପରି ଭୂକମ୍ପ କିମ୍ବା କୈାଣସି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍‌ନା କରିପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ଇଂଜିନିୟରମାନେ କହିଛନ୍ତି । ସବୁଠୁ ବଡ଼ କଥା ଯେ ମନ୍ଦିର ନିର୍ମାଣରେ କୈାଣସି ଲୁହା ବ୍ୟବହାର କରାଯିବ ନାହିଁ । ତମ୍ବା ପ୍ଲେଟ୍‌ ସହ ପଥରକୁ ଖଞ୍ଜାଯାଇ ନିର୍ମାଣ କରାଯିବ । ଢ଼ାଞ୍ଚାରେ ଲାଗୁଥିବା ପ୍ଲେଟ୍‌ ଗୁଡିକର ଲମ୍ବା ୧୮ ଇଞ୍ଚ୍‌, ପ୍ରସ୍ଥ ୩୦ ମିମି ଓ ମୋଟେଇ ୩ ମିମି ରହିଥିବା ଜଣାଯାଇଛି ।

ସମ୍ପୁର୍ଣ୍ଣ ମନ୍ଦିର ନିର୍ମାଣରେ ଏହିଭଳି ୧୦ ହଜାର ପ୍ଲେଟ୍‌ ଲାଗିବ । ମନ୍ଦିର ନିର୍ମାଣ ପାଇଁ ତମ୍ବା ପ୍ଲେଟ୍‌ ଦାନ କରିବାକୁ ଭକ୍ତମାନଙ୍କର ଅପୂର୍ବ ଉତ୍ସାହ ଦେଖାଯାଇଛି ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.