Below header

ଦିଲ୍ଲୀ ମେହରୌଲିରେ ଦେଖିବାକୁ ମିଳିଲା ହୃଦୟ ବିଦାରକ ଦୃଶ୍ୟ, ୩ ବାଳକଙ୍କୁ ଅପହରଣ କରି ଜୀବନ ନେଇଗଲେ

ନୂଆଦିଲ୍ଲୀ :  ଦେଶର ରାଜଧାନୀ ଦିଲ୍ଲୀ ଠାରେ ୩ ଜଣ ବାଳକଙ୍କ ଶବ ଜବତ ହୋଇଛି । ଏହି ପିଲାଙ୍କ ଶବ ମହରୌଲି ଜଙ୍ଗଲରୁ ଜବତ ହୋଇଛି । ପୁଲିସ ଠାରୁ ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜସ୍ଥାନର ଭିବାଡିରୁ ୩ ପିଲାଙ୍କ ଶବ ଜବତ ହୋଇ ତଦନ୍ତ ଜାରି ରହିଛି ।

ରାଜସ୍ଥାନର ପୋଲିସ କିଛି ସନ୍ଦେହୀ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏହି ବ୍ୟକ୍ତିମାନେ ପ୍ରଥମେ ପୋଲିସକୁ ଏମାନଙ୍କ ମାରିବା  ବିଷୟରେ ସୂଚନା ଦେଇଥିଲେ ଯେ ୩ ଜଣ ପିଲାଙ୍କୁ ମାରି କୁତୁବମିନାର ମେଟ୍ରୋ ଷ୍ଟେସନ ପଛ ଜଙ୍ଗଲରେ ପକାଯାଇଛି । ପୋଲିସ ତଦନ୍ତ କରି ଜଙ୍ଗଲରୁ ୨ ଟି ପିଲାଙ୍କ ଶବ ପାଇଥିଲେ । ହେଲେ ୩ୟ ପିଲା ଜଣକ ଭଲ ଥିବା ଜଣାଯାଇଛି । ଏହି ପିଲାମାନେ ୧୬ ତାରିଖରେ ପୁଲିସକୁ ମିଳିଥିଲେ । ଜୀବିତ ପିଲାଟି ମା’ ବାପାଙ୍କ ନାମ କହିବାରୁ ତାର ନାମ ଶିବନାମ ବୋଲି ଜଣାପଡିଛି ।

ଏହି ପିଲାମାନଙ୍କୁ ୧୫ ଅକ୍ଟୋବରରେ ଅପହରଣ କରାଯାଇଥିଲା । ଅପହରଣକାରୀ ୩ ପିଲାଙ୍କୁ ଅପହରଣ ପରେ ଜୀବନ ନେଇଥିଲେ । ଏମାନଙ୍କ ମଧ୍ୟରେ ୧୧ ବର୍ଷ ଓ ୮ ବର୍ଷର ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଥିଲା । ହେଲେ ୩ୟ ଜଣଙ୍କ ୬ ବର୍ଷର ଶିବା ବଂଚିଯାଇଥିଲା । ଶିବାର ବେକ ମୋଡି ମାରିଦେଇଥିଲେ । ହେଲେ ଶିବା କିନ୍ତୁ ନମରି ବେହୋସ ହୋଇଯାଇଥିଲା ।

children
photo :jagran.com

ଶିବାର ହୋସ ଆସିବା ପରେ ସେ ଜଙ୍ଗଲରୁ ବାହାରି ସଡକ ଉପରକୁ ଚାଲି ଆସିଥିଲା । ଫଳରେ ବଂଚିଯାଇଥିଲା । ଅପହରଣକାରୀ ପିଲାଙ୍କୁ ମାରିବା ପରେ ଘର ଲୋକଙ୍କୁ ୩ ଲକ୍ଷ ଟଙ୍କା ମାଗିବା ପାଇଁ ଫୋନ କରିଥିଲେ । ଫୋନ କଲରୁ ପୋଲିସ ସେମାନଙ୍କୁ ଧରିଥିଲା ।  ତେବେ ପିଲାଙ୍କୁ କ’ଣ ପାଇଁ ଅପହରଣ କରାଯାଇଛି କି ଏଥିରେ ଅଙ୍ଗ ତସ୍କରୀ କାରବାର ରହିଛି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.