ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି : ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଉପକୂଳବର୍ତ୍ତୀ ସାତ ଜିଲ୍ଲାଗୁଡିକୁ ସତର୍କ ଜାରି କଲେ ସରକାର । ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବା ନିର୍ଦ୍ଦେଶ । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍‌ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ରହିଛି ବିଏମ୍‌ସି । ସଜାଗ ଅଛନ୍ତି ବିଏମସି କର୍ମଚାରୀ । ତଳିଆ ଅଞ୍ଚଳ ଓ ଡ୍ରେନ ଉପରେ BMCର ନଜର ରହିଛି । ବିଏମସି ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିବ । ତଳିଆ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାଙ୍କୁ ବିଏମସି ପକ୍ଷରୁ ସଚେତନ କରାଯିବ। ପୂର୍ବରୁ ସବୁ ବାତ୍ୟାକୁ ମୁକାବିଲା କରିବା ଭଳି ଏଥର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଁ ପୁରା ପ୍ରସ୍ତୁତ ଥିବା କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.