ପ୍ରତି ବର୍ଷ ମାଗଣାରେ ମିଳିବ ୨ ସିଲିଣ୍ଡର, ସରକାର କଲେ ବଡ ଘୋଷଣା

ଦୀପାବଳି ପୂର୍ବରୁ ରାଜ୍ୟବାସୀଙ୍କୁ ସରକାର ଦେଲେ ବଡ ଉପହାର। ନିଜ ରାଜ୍ୟର ଲୋକଙ୍କୁ ଦିଓ୍ଵାଲୀ ଭେଟି ଦେଲେ ଗୁଜରାଟ ସରକାର। ଗୁଜରାଟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ଉପହାରରେ କୋଟି କୋଟି ଲୋକ ଖୁସି ଅଛନ୍ତି। ଗୁଜରାଟ ସରକାରୀ ଦୀପାବଳି ପୂର୍ବରୁ ସିଏନଜି ଏବଂ ପିଏନଜି ଉପରେ ଲାଗୁଥିବା ଭାଟରେ ୧୦ ପ୍ରତିଶତ ଛାଡ କରିଛନ୍ତି। ଏହାବ୍ୟତୀତ ସରକାର ଉଜ୍ଜ୍ୱଳା ଯୋଜନାର ୩୮ ଲକ୍ଷ ଲାଭାଥିଙ୍କୁ ପ୍ରତି ବର୍ଷ ଦୁଇଟି ସିଲିଣ୍ଡର ମାଗଣାରେ ଦେବାକୁ ଘୋଷଣା କରିଛନ୍ତି।

ସିଏନଜି ପାଇପ୍‌ ଜରିଆରେ ଘରେ ପହଁଚୁଥିବା ପ୍ରାକୃତିକ ଗ୍ୟାସ ବା ପିଏନଜି ଉପରେ ଭାଟରେ ଛାଡ ଏବଂ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ପ୍ରତି ବର୍ଷ ଦୁଇଟି ସିଲିଣ୍ଡର ଉପରେ ରାଗ୍ୟ ସରକାରଙ୍କ ଉପରେ ୧୬୫୦ କୋଟି ଟଙ୍କା ବୋଝ ଆସିଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା ସେହି ସମୟରେ କରାଯାଇଛି, ଯେତେବେଳେ ଗୁଜରାଟରେ ବିଧାନସଭା ନିର୍ବାଚନ କରାଯାଇଛି।

ଗୁଜରାଟ ମନ୍ତ୍ରୀ ଜିତୁ ବଘାନୀ କହିଛନ୍ତି ଯେ, ‘ସରକାର ସିଏନଜି ଏବଂ ପିଏନଜି ଉପରେ ଭାଟ ୧୦ ପ୍ରତିଶତହ୍ରାସ କରାଯାଇଛି। ଏହାଦ୍ୱାରା ଗୃହିଣୀ ମହିଳାଙ୍କୁ, ଅଟୋ ରିକ୍ସା ଚାଳକଙ୍କୁ ଏବଂ ସିଏନଜିରେ ଚାଲୁଥିବା ଗାଡିର ଉପଯୋଗ କରୁଥିବା ଲୋକଙ୍କୁ ସାହାଯ୍ୟ ମିଳିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୁଜରାଟରେ ସିଏନଜି ଏବଂ ରନ୍ଧନ ଗ୍ୟାସରେ ବ୍ୟବହାର ହେଉଥିବା ପିଏନଜି ଉପରେ ଭାଟ ୧୫ ପ୍ରତିଶତ ଥିଲା। କିନ୍ତୁ ଏହି ପରିବର୍ତ୍ତନ ପରେ ଏବେ ଭାଟ ହ୍ରାସ ପାଇଁ ୫ ପ୍ରତିଶତ ହୋଇଯାଇଛି।

ଏହାଦ୍ୱାରା ସିଏନଜିର ଦାମରେ ୬ ଟଙ୍କା ପ୍ରତି କିଲୋଗ୍ରାମ ଏବଂ ପିଏନଜି ଦରରେ ୫ ଟଙ୍କା ପ୍ରତି ଘନ ମିଟର କମ୍‌ ଆସିବ। ଏହାଦ୍ୱାରା ଆଗାମୀ ସମୟରେ ଲୋକଙ୍କୁ ବିଲରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.