Below header

ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ କେଶ୍ ! ଦେଶରେ ୩୮ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଓମିକ୍ରନ କେଶ। ଏହି ନୂଆ ଭାରିଆଣ୍ଟ ଦେଶର ବହୁ ସହରରେ ବ୍ୟାପିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ  କେଶ ମିଳିଛି। ଏହାକୁ ମିଶାଇ ଦେଶରେ ଓମିକ୍ରନ କେଶ ୩୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୧୮, ରାଜସ୍ଥାନରେ ୯, କର୍ଣ୍ଣାଟକରେ ୩ , ଗୁଜୁରାଟରେ ୩ , ଆନ୍ଧ୍ର ପ୍ରଦେଶରେ ୧ , ଦିଲ୍ଲୀରେ ୨ , ଚଣ୍ଡୀଗଡ଼ରେ ୧ ଓ କେରଳରେ ଜଣେ ଓକିମ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ଓମିକ୍ରନ ଭାରିଆଣ୍ଟର ମୁକାବିଲା ପାଇଁ ଦୁଇ ଡୋଜ ଟିକା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ବି୍ରଟେନ ଗବେଷକ । ବୁଷ୍ଟର ଡୋଜ ହିଁ ଓମିକ୍ରନକୁ ମାତ ଦେଇପାରିବ । ୩ ଡୋଜ ନେଇଥିବା ୭୫ ପ୍ରତିଶତ ଲୋକଙ୍କଠାରେ କୋଭିଡ୍‌ ଲକ୍ଷଣ ଦେଖା ଯାଉ ନାହିଁ। ୫୮୧ ଓମିକ୍ରାନ ଆକ୍ରାନ୍ତ ଏବଂ ହଜାରେରୁ ଅଧିକ ଡେଲଟା ଆକ୍ରାନ୍ତଙ୍କୁ ନେଇ ପରୀକ୍ଷଣ ପରେ ଏହି ତଥ୍ୟ ପ୍ରକାଶ କରିଛି ୟୁକେ ହେଲ୍‌ଥ ସିକ୍ୟୁରିଟି ଏଜେନ୍‌ସୀ। ଭାକ୍‌ସିନ ହିଁ ଗୁରୁତର ଅସୁସ୍ଥ ହେବାରୁ ରକ୍ଷା କରିପାରିବା ସହ ହସ୍ପିଟାଲରେ ଆଉମିଟରୁ ସୁରକ୍ଷା ଦେଇ ପାରିବ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.