Below header

ମା’ଙ୍କ ପାଖକୁ ଆସିଲା କଲ୍‌, ତୋ ଝିଅ ଓ ତା ସ୍ବାମୀ ପୋଡି ଯାଉଛନ୍ତି…ଆସିକି ଦେଖ୍

ଛତିଶଗଡ: ସକାଳୁ ସକାଳୁ ହଠାତ୍ ଜଣେ ମା’ଙ୍କ ପାଖକୁ ଫୋନ୍ ଆସିଲା । ଫୋନରେ ଜଣେ କେହି ବ୍ୟକ୍ତି ତାଙ୍କୁ କହୁଥିଲେ ତୁମ ଝିଅ ଆଉ ଜ୍ବାଇଁ ନିଆଁରେ ଜଳୁଛନ୍ତି ଆସି ଦେଖିଦେଇ ଯାଅ । କଥାଟିକୁ ଅଚାନକ ବିଶ୍ୱାସ କରି ପାରିଲେନି ମହିଳା ଜଣକ । କେହି ସକାଳୁ ତାଙ୍କ ସହ ଥଟ୍ଟା ମଜା କରୁ ନାହାନ୍ତି ତ ? ହେଲେ ଝିଅ ଜ୍ୱାଇଁଙ୍କ କଥା । ପୁଣି ମା’ ସେ । ଏକଥା ଶୁଣିବା ପରେ କେଉଁ ମା ବା ଧୈର୍ଯ୍ୟ ଧରି ରହିପାରିବ । ସେଥିଲାଗି ମହିଳା ଜଣକ ତୁରନ୍ତ ପୋଲିସ୍‌କୁ ଏ ବିଷୟରେ ଜଣାଇ ଦେଲେ ।ଆଉ ସଂଗେ ସଂଗେ ଝିଅ ଘରକୁ ଯାଇ ଦେଖିଲା ବେଳକୁ ତାଙ୍କ ପାଦ ତଳୁ ମାଟି ଖସିଗଲା । ସେ ଦେଖିଲେ କି, ଘରେ ଜଣେ ମହିଳା, ଜଣେ ପୁରୁଷ ଏବଂ ଛୋଟ ଛୁଆଟିର ମୃତଦେହ ପଡି ରହିଛି ।

burn picଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡ ଦୁର୍ଗ ଜିଲ୍ଲା ଭିଲାଇ ତାଲପୁରୀ କଲୋନୀରେ । ଏହି ଘଟଣା ପରେ ସାରା ଅଞ୍ଚଳରେ ଏକ ପ୍ରକାରର ଆତଙ୍କ ଖେଳି ଯାଇଛି । ତେବେ ଏନେଇ ଜାଣିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ଏକ ଚିଠି ପାଇଛି । ଯେଉଁଥିରେ ଲେଖା ଅଛି – ବହୁ ଲୋକଙ୍କ ସହିତ ସମ୍ବନ୍ଧ ଥିଲା, ଯାହା କାରଣରୁ ମୋ ଭାଇ ମରିଗଲା । ପୋଲିସ୍ ତଦନ୍ତ ଆରମ୍ଭ କରି ଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି କହିଛି ।

burnଅନ୍ୟପଟେ ମହିଳାଙ୍କ ମୃତଦେହ ନିକଟରୁ ମିଳିଥିବା ପୁରୁଷ ଜଣଙ୍କର ମୃତଦେହ ତାଙ୍କ ସ୍ବାମୀଙ୍କ ନୁହେଁ ବୋଲି ମୃତ ମହିଳାଙ୍କ ମା କହିଛନ୍ତି । ତେଣୁ ସନ୍ଦେହ କରାଯାଉଛି ଯେ ମହିଳାଙ୍କ ସ୍ୱାମୀ ଏଭଳି ଭୟଙ୍କର କାଣ୍ଡ ଘଟାଇବା ପରେ ଫେରାର ହୋଇଯାଛନ୍ତି । ଆଉ ଚିଠିରୁ ଜଣାପଡୁଛି ଯେ ପରକୀୟା ପ୍ରୀତି ଭଳି କିଛି ଘଟଣାକୁ ନେଇ ଘଟିଛି ଏଇ ହତ୍ୟାକାଣ୍ଡ । ତେବେ ମୃତ ପୁରୁଷ ଜଣଙ୍କର କୌଣସି ପରିଚୟ ମିଳି ପାରିନଥିବା ବେଳେ ପାଖରେ ପଡିଥିବା କୁନି ଝିଅଟିର ମୃତ୍ୟୁ ଶ୍ବାସରୁଦ୍ଧ ହୋଇଯିବା କାରଣରୁ ଘଟିଛି ବୋଲି ପୋଲିସ୍ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.