ବିଦେଶରେ ପଢିବା ପାଇଁ ସୁବର୍ଣ୍ଣ ସୁଯୋଗ, ଷ୍ଟାଇପେଣ୍ଡ ହିସାବରେ ପାଇବେ ୧୩ ଲକ୍ଷ

ଇଂଲଣ୍ଡର ୟୁନିଭରସିଟି ଅଫ୍‌ ରିଡିଙ୍ଗ ଭାରତୀୟ ବିଦ୍ୟାର୍ଥୀଙ୍କ ପାଇଁ ଫେଲିକ୍ସ (Felix) ନାଁ ରେ ସ୍କଲରସିପ୍‌ ନେଇ ଆସିଛି। ସୂଚନା ମୁତାବକ ଏହି ସ୍କଲାରସିପ୍‌ ପାଇଁ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ର-ଛାତ୍ରୀମାନେ ଆବେଦନ କରିପାରିବେ। ଏହି ସ୍କଲାରସିପ୍‌ ସେହି ଛାତ୍ର-ଛାତ୍ରୀମାନଙ୍କ ପାଇଁ ଯେଉଁମାନେ ଉଚ୍ଚ ଶିକ୍ଷା କରିବା ପାଇଁ ଆଗ୍ରହୀ କିନ୍ତୁ ସେମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି। ତେବେ ଜାଣନ୍ତୁ ଏହି ସ୍କଲାରସିପ୍‌ ପାଇବା ପାଇଁ କିପରି କରିବେ ଆବେଦନ।

କେଉଁମାନେ କରିପାରିବେ ଏହି ସ୍କଲାରସିପ୍‌ ପାଇଁ ଆବେଦନ:

study-ଆବେଦନ କରିଥିବା ଛାତ୍ର-ଛାତ୍ରୀ ଭାରତୀୟ ନାଗରିକ ହୋଇଥିବେ।

-ବିଦ୍ୟାର୍ଥୀ ଏବେ ଭାରତରେ ପାଠ ପଢୁଥିବେ।

-କୌଣସି ଭାରତୀୟ ସଂସ୍ଥାନରୁ ସ୍ନାତକ ପାସ୍‌ କରିଥିବା ବିଦ୍ୟାର୍ଥୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।

-ବିଦ୍ୟାର୍ଥୀଙ୍କ ପାଖରେ କୌଣସି ବିଦେଶୀ ଡିଗ୍ରୀ ନଥିବ। ଏବଂ ବିଦ୍ୟାର୍ଥୀଙ୍କ ପାଖରେ କୌଣସି ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ଅଫର୍‌ ରହିଥିବ।

ଜାଣନ୍ତୁ କେଉଁ କେଉଁ ସୁବିଧା ପାଇପାରିବେ:

sclor-ଯେଉଁ ବିଦ୍ୟାର୍ଥୀଙ୍କୁ ଏହି ସ୍କଲାରସିପ୍‌ ପାଇଁ ଚୟନ କରାଯିବ ତାଙ୍କୁ ଇଣ୍ଟରନ୍ୟାସନାଲ ମାର୍କେଟ ରେଟ୍‌ ଅନୁଯାୟୀ ଟ୍ୟୁସନ ଫିସ୍‌ ଦିଆଯିବ।

-ଆବେଦନକାରୀଙ୍କୁ ସମୁଦାୟ ରାଶି ଷ୍ଟାଇପେଣ୍ଡ ରୂପେ ପାଖାପାଖି ୧୪, ୫୭୦ ଗ୍ରେଟ ବ୍ରିଟେନ ପାଉଣ୍ଡ ଅର୍ଥାତ ଭାରତୀୟ ଟଙ୍କାରେ ୧୩ ଲକ୍ଷ ଟଙ୍କା ମିଳିବ।

-ଆବେଦନକାରୀଙ୍କୁ ରହିବା ଏବଂ ଖାଇବା ପାଇଁ ଯେପରି କୌଣସି ପ୍ରକାର ସମସ୍ୟାର ସାମ୍ନା କରିବାକୁ ନପଡେ ସେଥିପାଇଁ ଷ୍ଟାଇପେଣ୍ଡର ବ୍ୟବସ୍ଥା କରାଯାଇଛି।

ସ୍କଲାରସିପ୍‌ ପାଇଁ ଏପରି କରନ୍ତୁ ଆବେଦନ:

indian-ଆଡମିସନ୍‌ ସେପ୍ଟେମ୍ବର ମାସରୁ ଆରମ୍ଭ ହେବ ଏବଂ ଏହି ସ୍କଲାରସିପ୍‌ ଆବେଦନ କରିବା ପାଇଁ ଆପଣଙ୍କ ପାଖରେ ପୋଷ୍ଟ ଗ୍ରାଜୁଏଟ୍‌ ଡିଗ୍ରୀ ଥିବା ଆବଶ୍ୟକ।

-ଏହାପରେ ଆପଣଙ୍କର ବିଦେଶରେ ପଢିବା ପାଇଁ ଆଡମିଶନ୍‌ ଲେଟର ମିଳିବା ପରେ ଆପଣ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।

-ଏଥିପାଇଁ ଆପଣଙ୍କୁ ଅଫିସିଆଲ ପୋର୍ଟଲ ଫର୍ମ ପୂରଣ କରିବାକୁ ପଡିବ।

-ଆବେଦନକାରୀଙ୍କ ପାଇଁ ଆବଦେନ କରିବାର ଶେଷ ତାରିଖ- ୩୦ ଜାନୁଆରୀ ୨୦୨୦।