Below header

Viral Video: ପହଁରିବା ପାଇଁ ସମୁଦ୍ର ଭିତରକୁ ଯାଇଥିବା ବ୍ୟକ୍ତିଙ୍କ ହାତକୁ ଧରିନେଲା ସାର୍କ, ଜାଣନ୍ତୁ ତା’ପରେ କ’ଣ ହେଲା

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଫ୍ଲୋରିଡାରେ ଏକ ଛୋଟ ସାର୍କ ଜଣେ ବ୍ୟକ୍ତିଙ୍କ ହାତରେ ଚାପି ହୋଇ ରହିଛି। ଏହି ଭିଡ଼ିଓ ଦେଖିବାକୁ ବହୁତ ଭୟାନକ ଲାଗୁଛି। କିନ୍ତୁ ବ୍ୟକ୍ତି ଜଣକ ହସୁଥିବାର ନଜର ଆସୁଛନ୍ତି।

ଖବର ମୁତାବକ, ଏହି ବ୍ୟକ୍ତି ପହଁରିବାର ମଜା ନେବା ପାଇଁ ସମୁଦ୍ରକୁ ଯାଇଥିଲେ। ଏହି ସମୟରେ ଏକ ଛୋଟ ସାର୍କ ତାଙ୍କ ହାତକୁ ଧରିନେଇଥିଲା। ଏପରିକି, ଯେତେ ଚେଷ୍ଟା କଲେ ମଧ୍ୟ ଛାଡୁ ନ ଥିଲା। ଏହାପରେ ବ୍ୟକ୍ତି ଜଣକ ଲୋକଙ୍କୁ ସହାୟତା ମାଗିଥିଲେ ଏବଂ ଉଦ୍ଧାର ବେଳେ ବହୁତ ଶାନ୍ତ ଥିବା ଦେଖିବାକୁ ମିଳିଥିଲେ।

ପୂରା ଘଟଣାକ୍ରମର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକେ ବିଭିନ୍ନ ଟିପ୍ପଣୀ ଦେବାରେ ଲାଗିଛନ୍ତି। ତେବେ ଭିଡ଼ିଓରେ ଦେଖାଯାଉଛି କି, ଉଦ୍ଧାରକାରୀ ଦଳ ବ୍ୟକ୍ତିଙ୍କ ହାତରୁ ସାର୍କକୁ ହଟେଇବା ପାଇଁ ଆଲକହଲ ବ୍ୟବହାର କରୁଛନ୍ତି। ଏହାପରେ ସାର୍କଟି ତାଙ୍କ ହାତ ଛାଡିଦେଉଛି।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.