Below header

ମଦ ଚୋରା ଚାଲାଣର ଏ ଉପାୟ ଦେଖିଲେ ଆପଣଙ୍କର ନିଶ୍ଚିତ ଉଡିବ ହୋସ୍‌

ଜୁଗାଡ କଥା କହିଲେ ଆମ ଭାରତୀୟ ବୋଧହୁଏ ଆଗରେ ରହିବେ। ଚାଇନା ବାଲାଙ୍କୁ ପଛରେ ପକାଇଦେବେ ଆମ ଭାରତୀୟ। ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି କିନ୍ତୁ ସେଥିରେ କିଛି ଭିଡିଓ ଲୋକଙ୍କୁ କରିଦିଏ ଆଶ୍ଚର୍ଯ୍ୟ। ଏବେ ସୋସିଆଲ ମିଡିଆରେ ଏକ ଯୁଗାଡର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଭିଡିଓକୁ ଦେଖିବା ପରେ ଆପଣଙ୍କ ଆଖି ଏକଦମ୍‌ ଖୋଲା ହିଁ ଖୋଲା ରହିଯିବ। ଆପଣଙ୍କ ହୋସ୍‌ ଉଡିଯିବ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଏକ ବାଇକରୁ ପୋଲିସ ବାବୁ ମାନେ ଗୋଟେ ପରେ ଗୋଟେ ମଦ ବୋତଲ ବାହାର କରୁଛନ୍ତି। ଗୋଟେ କି ଦୁଇଟି ନୁହେଁ ଗଣି ଗଣି ୨୦ଟି ବୋତଲ। ବାଃରେ ମାନିବାକୁ ପଡିବ ଆଇଡିଆକୁ। ଗୁଜୁରାଟରେ ମଦ କିଣିବା ଏବଂ ବିକ୍ରି କରିବା ଉପରେ କଡା କଟକଣା ଲଗାଯାଇଛି। କିନ୍ତୁ ଜଣେ ବ୍ୟକ୍ତି ଚତୁରତାର ସହ ନିଜ ବାଇକର ଟାଙ୍କି ଭିତରେ ମଦ ଲୁଚାଇ ନେଉଥିଲେ। ତେବେ ବାଟରେ ଗଲାବେଳେ ମାମୁଁ ତାଙ୍କୁ ଧରିନେଲେ ଆଉ ବାଇକକୁ ଜବତ କରି ବାଇକର ତେଲ ଟାଙ୍କିରୁ ୨୦ ବୋତଲ ମଦ ବାହାର କଲେ।

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ ଯେ ପୋଲିସକର୍ମୀ ବାଇକ ଟାଙ୍କି ଭିତରୁ ୧୫-୨୦ ଟି ମଦ ବୋତଲ ବାହାର କରୁଛନ୍ତି। ବ୍ୟକ୍ତି ଜଣଙ୍କ ବହୁତ ଚାଲାକିରେ ବାଇକକୁ ମୋଡିଫାଏ କରିଛନ୍ତି। ବ୍ୟକ୍ତି ଜଣଙ୍କ ବାଇକ ଟାଙ୍କିରେ ପେଟ୍ରୋଳ ସିଷ୍ଟମକୁ ହଟାଇ ସିଟ୍‌ ତଳେ ବୋତଲ ସବୁକୁ ଫିଟ କରାଇଥିଲେ। କିନ୍ତୁ ପୋଲିସ ବାବୁମାନେ ବୁଦ୍ଧି ଘଟାଇ ତାଙ୍କୁ ଧରିନେଲେ। ତେବେ ଏହି ଭିଡିଓ କେବେର ତାହା ଏଯାଏଁ ସ୍ପଷ୍ଟ ହୋଇନି କିନ୍ତୁ ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.