ଏଠି ମଣିଷ ପରି ହସୁଛି ଡ଼ଲଫିନ, ବିଶ୍ୱାସ ନହେଉଥିଲେ ଦେଖନ୍ତୁ ଏହି ଭିଡିଓ

କେବେ ଆପଣ ଡ଼ଲଫିନକୁ ହସୁଥିବାର ଦେଖିଛନ୍ତିକି ? ଦେଖିନାହାନ୍ତି ନା ତେବେ ଏହି ଭିଡିଓଟି ଉପରେ ଥରେ ନଜର ପକାନ୍ତୁ । ପ୍ରକୃତରେ ଏହି ଭିଡିଓଟିରେ ଜଣେ ପିତା ନିଜ ଛୋଟ ଶିଶୁ ଟିକୁ ପବନରେ ଖେଳାଉଛନ୍ତି । ଏହି ଦୃଶ୍ୟଟି ଦେଖି କାଚ ମଧ୍ୟରେ ଡ଼ଲଫିନଟି ନିଜ ମୁହଁକୁ ବଡ଼ ଆକାରରେ ଖୋଲୁଛି । ତା ମୁହଁକୁ ଯଦି ଧ୍ୟାନର ସହ ଦେଖିବେ ତ ଆପଣଙ୍କୁ ଲାଗିବ ଯେମିତି ଡ଼ଲଫିନ ଟି ଖୁବ ଖୁସି ଅଛି । ଆଉ ଏହି ଦୃଶ୍ୟଟିକୁ ଆଉ ଜିଏବି ଦେଖୁଛନ୍ତି, ତାଙ୍କୁ ବି ଲାଗୁଛିଯେ ସତେ ଯେମିତି ଡ଼ଲଫିନଟି ଜୋର ଜୋରସେ ହସୁଛି । ଭିଡିଓଟିକୁ ଜଣେ ୟୁଜର ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବା ବେଳେ ଏହା ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି ।

ଦର୍ଶକ ମାନେ ବି ଡ଼ଲଫିନର ଏହି ଅନ୍ଦାଜକୁ ଖୁବ ପସନ୍ଦ କରିଛନ୍ତି । ସୂଚନା ଦେବା ଯୋଗ୍ୟଯେ , ଏହି ଭିଡିଓ ଟିକୁ ଏଯାବତ ୧ ଲକ୍ଷରୁ ଅଧିକ ଜଣ ଦେଖିସାରିଥିବା ବେଳେ ୮ ହଜାରରୁ ଅଧିକ ଲାଇକ୍ସ ବି ମିଳିସାରିଛି । ପ୍ରକୃତରେ ଏହାକୁ ଟ୍ୱିଟର ୟୁଜର @NaturalLit ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତିକି, ଛୋଟ ଶିଶୁଟି ଡ଼ଲଫିନକୁ ହସାଇବାରେ ସଫଳ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.