ମାତ୍ର ୭ ଟଙ୍କାରେ ୧୦୦ କିମି ଚାଲିବ ଏହି ବାଇକ୍‌, ଦାମ୍‌ ୫୦ ହଜାର ଫିଚର୍ସ ଦମଦାର

ପ୍ରତିଦିନ ବଢୁଥିବା ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ ଆପଣ ଚିନ୍ତିତ ଅଛନ୍ତି କି? ଖାସ୍‌ ଏଥିପାଇଁ ଏବେ ଲୋକଙ୍କ ଭିତରେ ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟିର ଚାହିଦା ବଢିବାରେ ଲାଗିଛି। ଏବେ ଏମିତି ଏକ ବାଇକ୍‌ ଆସିଛି, ଯାହାକି ମାତ୍ର ୭ ରୁ ୧୦ ଟଙ୍କା ଖର୍ଚ୍ଚରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନୀ ଦାବି କରିଛି।

ଏହି ବାଇକକୁ ବଜାରରେ ହାଇଦ୍ରାବାଦ ଇଲେଟ୍ରିକ୍ସ ଭେଇକିଲ କମ୍ପାନୀ Atumobile ପ୍ରାଇଭେଟ ଲିମିଟେଡ୍ ଆଣିଛି। କମ୍ପାନୀ ଏହି ବାଇକକୁ Atum 1.0 ନାମରେ ବଜାରକୁ ଆଣିଛି। Atum 1.0 ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଅଟୋମୋଟିଭ ଟେକ୍ନୋଲୋଜି (ICAT) ଦ୍ବାରା ମାନ୍ୟତାପ୍ରାପ୍ତ ଲୋ-ସ୍ପିଡ୍ ଇଲେକ୍ଟ୍ରିକ୍ ବାଇକ୍ ଅଟେ।

77

ଏହି ବାଇକର ବିଶେଷ୍ବତ ହେଉଛି ଏହାକୁ ଚଳାଇବା ପାଇଁ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସର ଦରକାର ପଡିବ ନାହିଁ। ଏହା ସହିତ ବାଇକ୍ କିଣିବା କିଣିଲେ ରେଜିଷ୍ଟ୍ରେସନ କରିବା ଦରକାର ହେବନି। ଅର୍ଥାତ ଗ୍ରାହକଙ୍କୁ କେବଳ ଥରେ ବାଇକରେ ମୂଲ୍ୟ ଦେବାକୁ ପଡିବ। Atum 1.0 ଇଲେକ୍ଟ୍ରିକ ବାଇକ୍ ପୋର୍ଟବଲ ଲିଥିୟମ-ଆୟନ ବ୍ୟାଟେରି ଦିଆଯାଇଛି। ଏହାର ବ୍ୟାଟେରୀ ୪ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇଯାଏ। କମ୍ପାନୀର ମତରେ ଫୁଲ ଚାର୍ଜ ହେବା ପରେ ବାଇକ୍ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରେ। କମ୍ପାନୀ ବ୍ୟାଟେରୀ ଉପରେ ୨ ବର୍ଷର ଓ୍ଵାରେଣ୍ଟି ମଧ୍ୟ ଦେଇଛି।

bike 2

କମ୍ପାନୀର କହିବା ଅନୁସାରେ, ଏହି ବାଇକ ବ୍ୟାଟେରୀ ଥରେ ଫୁଲ ଚାର୍ଜ ହେଲେ ପ୍ରାୟ ୧ ୟୁନିଟ୍ ବିଦ୍ୟୁତ ନେଇଥାଏ। ୭-୧୦ ଟଙ୍କା ଖର୍ଚ୍ଚରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ। ଏହି Atum 1.0 ଇଲେକ୍ଟ୍ରିକ୍ ବାଇକର ମୂଲ୍ୟ ୫୦ ହଜାର ଟଙ୍କା । ସବୁଠାରୁ ବଡ କଥା ହେଲା ଏହାର ବ୍ୟାଟେରୀ ନର୍ମାଲ ଥ୍ରି-ପିନ୍ ସର୍କିଟ ଜରିଆରେ ଜରିଆରେ ଚାର୍ଜ କରିହେବ। ବାଇକରେ ବିଭିନ୍ନ ରଙ୍ଗ ରହିଛି। ଇଲେକ୍ଟ୍ରିକ୍ ବାଇକରେ ୨୦X ୪ ଫ୍ୟାଟ୍-ବାଇକ୍ ଟାୟାର ଦିଆଯାଇଛି। ବାଇକରେ ଲୋ ସିଟ୍ ହାଇଟ୍, ଏଲଇଡି ହେଡଲାଇଟ୍, ଇଣ୍ଡିକେଟର, ଟେଲଲାଇଟ୍ ଓ ଫୁଲ୍ ଡିଜିଟାଲ ଡିସପ୍ଲେ ଦିଆଯାଇଛି।

ଏହି ବାଇକକୁ ତେଲେଙ୍ଗାନା ସ୍ଥିତି ଗ୍ରୀନଫିଲ୍ମଡ ମ୍ୟାନୁଫାକ୍ଚରିଂ ପ୍ଲାଣ୍ଟରେ ନିର୍ମାଣ କରାଯାଉଛି। ଏହି ପ୍ଲାଣ୍ଟର ପ୍ରଡକ୍ସନ କାପାସିଟି ୧୫,୦୦୦ ୟୁନିଟ ରହିଛି, ଯାହା ବଢାଇ ୨୫,୦୦୦ ୟୁନିଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.