ସୁଶାନ୍ତ ମାମଲା: ରିୟା ସ୍ୱୀକାର କଲେ, ସୁଶାନ୍ତ ଓ ସୌଭିକ୍‌ ଏକାଠି ନେଉଥିଲେ ଡ୍ରଗ୍ସ

ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଡ୍ରଗ୍ସ ମାମଲାରେ ଏନ୍‌ସିବି ରିୟା ଚକ୍ରବର୍ତ୍ତୀଙ୍କୁ ଗତ ଦୁଇ ଦିନ ହେଲାଣି ମାରାଥନ୍‌ ଜେରା କରୁଛି। ଆଜି ତୃତୀୟ ଦିନରେ ମଧ୍ୟ ଜେରାର ସାମ୍ନା କରୁଛନ୍ତି ରିୟା। ଇତି ମଧ୍ୟରେ ରିୟା ବହୁ ଖୁଲାସା କରିଛନ୍ତି। ଗତ କାଲି ରିୟା କହିଥିଲେ ଯେ ସୁଶାନ୍ତ ଗଞ୍ଜେଇ ଟାଣୁଥିଲେ। କିନ୍ତୁ କେବେ ଡ୍ରଗ୍ସ ନେଇନାହାନ୍ତି। ମାତ୍ର ଆଜି ଜେରା ବେଳେ ରିୟା ସ୍ୱୀକାର କରିଛନ୍ତି ଯେ ସୌଭିକ୍‌ ଓ ସୁଶାନ୍ତ ମିଶି ଏକାଠି ଡ୍ରଗ୍ସ ନେଉଥିଲେ। ରିୟା ପ୍ରତିଦିନ ଏହି ମାମଲାରେ ନୂଆ ନୂଆ କଥା ଖୁଲାସା କରୁଥିବାରୁ ଆଗକୁ ଜେରା ହେଲେ ସେ ଆହୁରି ଅନେକ କଥା ମାନିପାରନ୍ତି ବୋଲି ଆଶା କରାଯାଉଛି।

sushant

ଅନ୍ୟପଟେ ସୋମବାର ଏନ୍‌ସିବି ଅଫିସରୁ ବାହାରିବା ପରେ ରିୟା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସୁଶାନ୍ତଙ୍କ ପାଇଁ ନକଲି ମେଡିକାଲ ପ୍ରେସକ୍ରିପସନ୍‌ ଉପଲବ୍ଧ କରିବା ପାଇଁ ସେ ପ୍ରିୟଙ୍କାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କାଙ୍କ ନାଁରେ ରିୟା ମାମଲା ରୁଜୁ କରିବା ପରେ ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂହଙ୍କ ବୟାନ ସାମ୍ନାକୁ ଆସିଛି। ବିକାଶ କହିଛନ୍ତି ରିୟା ଯାଞ୍ଚ୍‌କୁ ଏପଟସେପଟ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଦ୍ୱାରା ତାଙ୍କ ଉପରୁ ସମସ୍ତଙ୍କ ନଜର ହଟିଯିବ।

ତେବେ ସିବିଆଇର ଏକ ଟିମ୍‌ ପୁଣିଥରେ ସୁଶାନ୍ତଙ୍କ ଘରକୁ ଯାଇ ଭଉଣୀ ନୀତୁ ସିଂହଙ୍କ ସାମ୍ନାରେ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରିଛନ୍ତି। ଏ ଅବସରରେ ସୁଶାନ୍ତଙ୍କ ଫ୍ଲାଟମେଟ୍‌ ସିଦ୍ଧାର୍ଥ ପିଠାନୀ ଓ ସୁଶାନ୍ତଙ୍କ ଚାକର କେଶବ ଓ ନୀରଜ ସିଂହ ମଧ୍ୟ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.