Below header

ସାମ୍ନାକୁ ଆସିଲା Nokia ଫିଚର ଫୋନ୍‌ର ଡିଜାଇନ୍‌, ରହିଛି ୬୪mb RAM ସହ ଏସବୁ ଅତ୍ୟାଧୁନିକ ଫିଚର

ନୂଆ ରୂପରେ ଆସୁଛି ନୋକିଆ। ସବୁଠୁ କମ୍‌ ଦାମ୍‌ରେ ଅଧିକ ଫିଚର ସହ ନୋକିଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଫୋନ୍‌ରେ ୪ଜି ଫିଚର ରହିବ। ନୋକିଆର ଏହି ଫିଚର ଫୋନ୍‌କୁ ସାର୍ଟିଫିକେସନ୍‌ ୱେବ୍‌ସାଇଟ୍‌ TENAA ରେ ଦେଖିବାକୁ ମିଳିଛି। ଏଥିରେ ଫୋନ୍‌ର କେତେକ ଖାସ୍‌ ଫିଚର ବିଷୟରେ ସୂଚନା ମିଳିଛି।

ନୋକିଆର ଏହି ଫିଚର ଫୋନ୍‌ରେ ୨.୪ ଇଞ୍ଚ୍‌ ଟିଏଫ୍‌ଟି ୨୪୦*୩୨୦ ପିକ୍ସେଲ ରିଜଲ୍ୟୁସନ୍‌ ସ୍କ୍ରିନ୍‌ ମିଳିବ। ୪ଜି ଫିଚର ଫୋନ୍‌ରେ ୧୧୫୦mAh ବ୍ୟାଟେରୀ ମିଳିବ। ହ୍ୟାଣ୍ଡ୍‌ସେଟ୍‌ରେ ୧ ଗିଗାହଟ୍‌ଜ ପ୍ରୋସେସର ରହିବ। ଏଥିରେ ୬୪mb ରାମ୍‌ ଦିଆଯାଇଛି। ନୋକିଆର ୪ଜି ଫିଚର ଫୋନ୍‌ରେ ୧୨୮mb ଇଣ୍ଟରନାଲ ଷ୍ଟୋରେଜ୍‌ ଦିଆଯିବ। ଷ୍ଟୋରେଜ୍‌କୁ ମାଇକ୍ରୋଏସ୍‌ଡି କାର୍ଡ ମାଧ୍ୟମରେ ଗ୍ରାହକ ୩୨gb ଯାଏଁ ବଢ଼ାଇ ପାରିବେ।

nokia-2

ରିପୋର୍ଟ ମୁତାବକ ନୋକିଆର ଏହି ଫିଚର ଫୋନ୍‌ ବ୍ଲାକ୍‌ ଓ ଟର୍କୋଇଜ୍‌ କଲରରେ ଲଞ୍ଚ୍‌ ହେବ। ଏହି ଫୋନ୍‌ରେ ୟୁଏସ୍‌ବି ପୋର୍ଟ, ଜିଏସ୍‌ଏମ୍‌, ୪ଜି ଏଲ୍‌ଟିଇ ସପୋର୍ଟ, ବ୍ଲୁଟୁଥ୍‌ ଓ ଏଫ୍‌ଏମ୍‌ ରେଡିଓ ଭଳି ଫିଚର୍ସ ମିଳିବ। ସାମ୍ନାକୁ ଆସିଥିବା ଫଟୋରୁ ନୋକିଆର ଏହି ଫୋନ୍‌ରେ ଫ୍ରଣ୍ଟ କ୍ୟାମେରା ସପୋର୍ଟ ନଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.