ଭୁବନେଶ୍ୱର ଇନଫୋସିଟି ଗଣଦୁଷ୍କର୍ମ ମାମଲା: ଶିଶୁ ସୁରକ୍ଷା ଅଧିକାର ଆୟୋଗ ଗଲେ ପୀଡ଼ିତାଙ୍କ ମାଆ, ସମ୍ପୃକ୍ତ ନ୍ୟୁଜ୍‌ ଚ୍ୟାନେଲ MDଙ୍କ ବିରୋଧରେ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଗଣଦୁଷ୍କର୍ମ ମାମଲା। ଶିଶୁ ସୁରକ୍ଷା ଅଧିକାର ଆୟୋଗ ଗଲେ ପୀଡ଼ିତାଙ୍କ ମାଆ । ପୀଡ଼ିତାଙ୍କ ମାଆଙ୍କ ପକ୍ଷରୁ ତାଙ୍କ ଓକିଲ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତରେ ଅବହେଳା ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଅଭିଯୁକ୍ତଙ୍କୁ ଗିରଫ ପାଇଁ DCPଙ୍କୁ ନିର୍ଦ୍ଦେଶ ଦିଆଯାଉ । ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ବି ଅଭିଯୋଗ କରିଛନ୍ତି ।

ପୀଡ଼ିତାଙ୍କ ମାଆ ଏ ବାବଦରେ ସଂପୃକ୍ତ ନ୍ୟୁଜ୍‌ ଚ୍ୟାନେଲ MDଙ୍କ ବିରୋଧରେ ଅଭିଯୋଗ କରିଥିଲେ । କିନ୍ତୁ MD କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନେଲେନି । ‘ସବୁ ତଥ୍ୟକୁ ଚପାଇ ଦେବାକୁ MD ଚେଷ୍ଟା କରିଥିଲେ । ପୋଲିସକୁ ଯିବା ପରିବର୍ତ୍ତେ ଆଭ୍ୟନ୍ତରୀଣ କମିଟି ଗଠନ କଲେ । ଫଳରେ ନ୍ୟାୟ ନ ପାଇବାରୁ ସେ ମହିଳା ଥାନାକୁ ଗଲେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.