ବର୍ଷାଙ୍କ ରୁମ ଭିତରର ଭିଡିଓ ସୁଟ୍‌ କରିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଡାକରା

ଅନୁଭବଙ୍କ ଘରେ ବର୍ଷା ପ୍ରିୟଦର୍ଶିନୀ ରହୁଥିବା ରୁମ ଭିତରର ଭିଡିଓ ସୁଟ୍‌ କରିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଡକରା । ବର୍ଷାଙ୍କ ଲିଖିତ ଅଭିଯୋଗ ପରେ ସେମାନଙ୍କୁ କଟକ ପୁରୀଘାଟ ଥାନା ପୋଲିସ ପଚରାଉଚରା ପାଇଁ ଡାକିଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଗତକାଲି ବର୍ଷାଙ୍କ ରୁମ୍‌ରେ କିଛି ବ୍ୟକ୍ତି ପଶିଥିବା ଅଭିଯୋଗ ହୋଇଛି । ୧୦୦ ନମ୍ବରକୁ ବର୍ଷାଙ୍କ ଫୋନ କଲ୍‌ ପରେ ପହଞ୍ଚିଥିଲା ମହିଳା ପୋଲିସ୍‌ ଟିମ୍‌ । ପୋଲିସକୁ ବର୍ଷା ଦୁଇଥର ଫୋନ୍‌ କରିଥିଲେ ।

ଅନୁଭବ ଓ ବର୍ଷାଙ୍କ ମାମଲା ସଜାଡ଼ି ହେବା ଜାଗାରେ ଆହୁରି ବିଗିଡ଼ିବାରେ ଲାଗିଛି । ବର୍ଷା ନିଜ ପାଇଁ ପୋଲିସ୍ ସୁରକ୍ଷା ମାଗିଛନ୍ତି । ତାଙ୍କୁ ଏଠି ଦୁର୍ବ୍ୟବହାର କରାଯିବା ସହ ଧମକ ଦିଆଯାଉଥିବା ସେ ଅଭିଯୋଗ କରିବା ପରେ ପୁରୀଘାଟ ପୋଲିସ୍ ଯାଇ ଅନୁଭବଙ୍କ ଘରେ ପହଞ୍ଚିଛି । ବର୍ଷା ଡରି ଡରିି ପୋଲିସ୍‌କୁ ଦୁଇଥର ଫୋନ୍ କରି ଅଭିଯୋଗ କରିବା ପରେ ଏଭଳି ଘଟିଥିବା କୁହାଯାଉଛି । ତାଙ୍କ ରୁମ୍‌କୁ କିଛି ଲୋକ ପଶି ଆସିଥିବା ବର୍ଷା କହିଛନ୍ତି । ତେବେ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବର୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.