Below header

ଅଶ୍ଳୀଳ ଫିଲ୍ମ ଓ ଧାରାବାହିକରେ ନଗ୍ନତା ଯୁବ ସମାଜକୁ ପ୍ରଭାବିତ କରୁଛି : ବାବା ରାମଦେବ

ଦେଶର ଯୁବ ସମାଜ ଅଶ୍ଳୀଳ ଚଳଚ୍ଚିତ୍ର (ପର୍ଣ୍ଣ ଫିଲ୍ମ) ଓ ଫିଲ୍ମ ଓ ଧାରାବାହିକରେ ଦେଖାଯାଉଥିବା ନଗ୍ନତାରେ ବହି ଯାଉଛନ୍ତି,ଯାହା ଗଭୀରତାର ସହ ବିଚାର କରିବାର ସମୟ ଆସିଛି ବୋଲି ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ।

ପାନାଜି : ଦେଶର ଯୁବ ସମାଜ ଅଶ୍ଳୀଳ ଚଳଚ୍ଚିତ୍ର (ପର୍ଣ୍ଣ ଫିଲ୍ମ) ଓ ଫିଲ୍ମ ଓ ଧାରାବାହିକରେ ଦେଖାଯାଉଥିବା ନଗ୍ନତାରେ ବହି ଯାଉଛନ୍ତି,ଯାହା ଗଭୀରତାର ସହ ବିଚାର କରିବାର ସମୟ ଆସିଛି ବୋଲି ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ।

ଶୁକ୍ରବାର ଗୋଆରେ ଚାଲିଥିବା ୩ ଦିନିଆ ଯୋଗ କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକଙ୍କୁ ଏକଥା କହିଛନ୍ତି ବାବା ରାମଦେବ । ଲୋକମାନେ ବିନା ମେଡିସିନରେ ଏକ ସୁସ୍ଥ ଜୀବନ ଯାପନ କରିବା ହେଉଛି ମୋର ଲକ୍ଷ୍ୟ ।ସମାଜରେ ବୃଦ୍ଧି ପାଉଥିବା ନଗ୍ନତାକୁ ନେଇ ମୁଁ ଚିନ୍ତିତ । ଅଶ୍ଳୀଳ ଫିଲ୍ମ ନିର୍ମାଣ ହେଉଛି, ଧାରାବାହିକ ଓ ଫିଲ୍ମରେ ଦେଖାଯାଉଥିବା ଅଶ୍ଳୀଳତା ଓ ନଗ୍ନତା ଯୁବ ସମାଜଙ୍କ ପଥ ଭ୍ରଷ୍ଟ କରୁଛି ।

ତେଣୁ ସେମାନେ ଯେପରି ଏଥିରୁ ଦୂରରେ ରହିବେ ସେଥିପ୍ରତି ଆମେ ଦୃଷ୍ଟି ଦେବା କଥା । ସେମାନଙ୍କୁ ଆଧ୍ୟତ୍ମିକ ଶିକ୍ଷା ଆଡକୁ ପ୍ରବର୍ତ୍ତାଇବା ଆମର କର୍ତ୍ତବ୍ୟ ବୋଲି ବାବା ରାମଦେବ କହିଥିଲେ । ଏହି କାର୍ଯ୍ୟକ୍ରମ ଛଡା ଫେବ୍ରୁଆରୀରେ ବାମ୍ବୋଲିମରେ ମଧ୍ୟ ଏକ ଯୋଗ କାର୍ଯ୍ୟକ୍ରମ ରହିଛି,ଯେଉଁଥିରେ ଛାତ୍ର ଓ ଶିକ୍ଷକମାନେ ଯୋଗଦେବେ । ଗୋଆ ଭାରତୀୟ ଶିକ୍ଷା ବୋର୍ଡରେ ଯୋଗକୁ ଯୋଗ କରିବା ଆମର ଲକ୍ଷ୍ୟ ।

ଭାରତୀୟ ଶିକ୍ଷା ବୋର୍ଡ ଆଧ୍ୟତ୍ମିକ ସମ୍ପର୍କୀତ ଶିକ୍ଷା ସୋପାନ ଆପଣାଇଲେ ଛାତ୍ରଛାତ୍ରୀ କୁପଥକୁ ନଯାଇ ସେମାନଙ୍କ ମଧ୍ୟରେ ବ୍ୟକ୍ତିତ୍ୱ ଓ ନେତୃତ୍ୱ ବିକାଶ ପାଇବ । ଯାହାଫଳରେ ସେମାନେ ଖରାପ ଜିନିଷ ପ୍ରତି ଆକୃଷ୍ଟ ହେବେ ନାହିଁ ବୋଲି ବାବା ରାମଦେବ କହିଥିଲେ । ସନାତନ ସଂଗୀତ ମହୋତ୍ସବରେ ଯୋଗ ଦେବା ପାଇଁ ବାବା ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ ।

ଏଥିରେ ଗାୟକ କୈଳାସ ଖେରଙ୍କ ସହ ବାବା ରାମଦେବ ଓ ତାଙ୍କର ବହୁ ଶିଷ୍ୟ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ସମସ୍ତେ ଏହି ଐଶ୍ୱରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଇବା ସହ ଏହାର ମଜା ଉଠାଇବାକୁ ବାବା ଆହ୍ଵାନ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.