ନବ ଦାସ ହତ୍ୟାକାଣ୍ଡର ଗୁମର ଖୋଲୁଛି ବୋଲି ମୋ ବିରୁଦ୍ଧରେ ହେଉଛି ଷଡଯନ୍ତ୍ର : ଜୟନାରାୟଣ ମିଶ୍ର
ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ମୋ ବିରୁଦ୍ଧରେ ଏଇ ପ୍ରକାର ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି : ଜୟନାରାୟଣ ମିଶ୍ର
ଭୁବନେଶ୍ୱର (କେନ୍ୟୁଜ): ନବ ଦାସଙ୍କ ହତ୍ୟା ଘଟଣା ବିଧାନସଭାରେ ଉଠାଇବୁ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି। ନବ ଦାସଙ୍କ ହତ୍ୟା ଘଟଣାର ଗୁମର ଖୋଲୁ ଥିବାରୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ଜୟନାରାୟଣ। ବିରୋଧୀଦଳ ନେତାଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି। ରାଜନୀତିରେ ଶାଳୀନତା ରହିବ ଦରକାର ବୋଲି କହିଛନ୍ତି ବିଧାୟକ ଶଶୀଭୂଷଣ ବେହେରା। ଗୃହରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ବିଜେଡି ଆଲୋଚନା ପାଇଁ ପ୍ରସ୍ତୁତ ରହିଛି। ଓଡିଶା ବିଧାନସଭାରେ ଅତୀତରେ ଯେଉଁ ଯେଉଁ ପ୍ରସଙ୍ଗ ଉଠିଛି ତାକୁ ବିଜୁ ଜନତା ଦଳ ସରକାର ସାମ୍ନା କରିଛି। ଏବେ ବି ବିଧାନସଭାରେ ସାମ୍ନା କରି ଉତ୍ତର ରଖିବୁ ବୋଲି କହିଛନ୍ତି ଶଶୀ ଭୂଷଣ ବେହେରା।
ଅନ୍ୟପଟେ ସମ୍ବଲପୁରରେ ମହିଳା ଆଇଆଇସିଙ୍କୁ ଅସମ୍ମାନ ପ୍ରତିବାଦରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ଥମୁନି ଅସନ୍ତୋଷ । ଆଜି ଜୟନାରାୟଣ ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଆଗରେ ପୁଣି ବିକ୍ଷୋଭ ପ୍ରଦର୍ଶନ ହୋଇଛି। ପ୍ରଗତି ଫାଉଣ୍ଡେସନ୍ ପକ୍ଷରୁ ଆଜି ବିରୋଧ ପ୍ରଦର୍ଶନ କରାଯାଇଛି । ବହୁ ସଂଖ୍ୟାରେ ମହିଳା ନାରାବାଜି କରିବା ସହ ଜୟ ନାରାୟଣ ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ପ୍ରସଙ୍ଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ଅସନ୍ତୋଷ।