ମିକ୍ସଚର ମେସିନ ଚୋରି ମାମଲାରେ ନକଲି ପ୍ରୟୋଜକ ସିତାଂଶୁ ମହାନ୍ତିକୁ ଗିରଫ କଲା ପୋଲିସ

ମିକ୍ସଚର ମେସିନ ଚୋରି ମାମଲାରେ ଗିରଫ ହେଲା ନକଲି ପ୍ରଡ୍ୟୁସର ସିତାଂଶୁ ମହାନ୍ତି।ତକାଲି କେନ୍ଦ୍ରାପଡା ଜିଲ୍ଲା ହନ୍ତପଡାରୁ ଅଭିଯୁକ୍ତ ସିତାଂଶୁ ମହାନ୍ତିଙ୍କୁ ଗିରଫ କରିଛି ଘଟଗାଁ ପୋଲିସ ।

ଘଟଗାଁ (କେନ୍ୟୁଜ): କେତେବେଳେ ନକଲି ପ୍ରଡ୍ୟୁସର ତ କେତେବେଳେ ନକଲି କଣ୍ଟ୍ରାକ୍ଟର ସାଜି ଚୋରି କରୁଥିଲେ ମିକ୍ସଚର ମେସିନ । ଗତକାଲି କେନ୍ଦ୍ରାପଡା ଜିଲ୍ଲା ହନ୍ତପଡାରୁ ଅଭିଯୁକ୍ତ ସିତାଂଶୁ ମହାନ୍ତିଙ୍କୁ ଗିରଫ କରିଛି ଘଟଗାଁ ପୋଲିସ । ଖବର ଅନୁଯାୟୀ ଗତ କିଛି ଦିନ ତଳେ ଘଟଗାଁ ଅଂଚଳକୁ ଆସି କେଉଁଠି ମକ୍ଚର ମେସିନ୍ ଅଛି ତାର ଖବର ନେଇଥିଲା ଏବଂ ଏକ ଭଡାଗାଡି ସାହାଯ୍ୟରେ ଗତ ୧୨ ଫେବ୍ରୁଆରୀ ରାତି ୨:୩୦ ରୁ ୩:୦୦ ଟା ସମୟ ମଧ୍ୟରେ ଘଟଗାଁରୁ ଏକ ମିକ୍ସଚର ମେସିନ୍ ଭଡାଗାଡି ସାହାଯ୍ୟରେ ଉଠାଇଥିଲା ।

ମିକ୍ସଚର ମେସିନ୍ ମାଲିକ ବିନୋଦ୍ କୁମାର ରଥ ମେସିନ୍ ହଜିଥିବାର ଲିଖିତ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରି ଅଭିଯୁକ୍ତ ସିତାଂଶୁ ମହାନ୍ତିଙ୍କୁ ଗତକାଲି ତାଙ୍କ ଘରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ପୁର୍ବରୁ ମିକ୍ସଚର ମେସିନ୍ ଚୋରି ଘଟଣାରେ ଗିରଫ କରିଥିଲା ଖଲିକୋଟ୍ ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.