Below header

ପୋଲିସକୁ ଚକମା ଦବାକୁ ଯାଇ ୨୨ ମହଲାରେ ଫସିଗଲା ଚୋର, ରେସକ୍ୟୁ ଟିମ କଲା ଉଦ୍ଧାର

ଚୀନର ହୁନାନ ପ୍ରାନ୍ତରେ ଜଣେ ଚୋର ପୋଲିସ ଠାରୁ ରକ୍ଷା ପାଇବା ପାଇଁ ୨୨ ମହଲା କୋଠାରେ ଓହଳି ରହିଲା। ପୋଲିସର କହିବାନୁଯାୟୀ ଯେତେବେଳେ ଚୋରକୁ ଏହି ବିଷୟରେ ଜଣାପଡିଲା ସେ ପର୍ବତରୋହି ଭଳି ବିଲ୍ଡିଂ ରୁ ତଳକୁ ଓହ୍ଲାଇଲା। ଏହାମଧ୍ୟରେ ସେ ୨୨ ମହଲାରେ ଅଟକି ରହିଗଲା ଏବଂ ତାକୁ ବଞ୍ଚାଇବା ପାଇଁ ସୁରକ୍ଷା ଦଳକୁ ଡାକିବାକୁ ପଡିଲା। କୁହାଯାଉଛି ଯେ ଚୋରର ଅପରାଧିକ ରେକର୍ଡ ରହିଛି ଏବଂ ସେ ଡ୍ରଗ୍ସ ମଧ୍ୟ ନିଏ।

ସୂଚନା ଅନୁଯାୟୀ ମାର୍ଚ୍ଚ ୨୪ରେ ଚୋର ଛୁରି ଦେଖାଇ ସ୍ଥାନୀୟ ଦୋକନରେ ଲୁଟ କରିଥିଲା। ଅଭିଯୁକ୍ତ ଦୋକାନରୁ ଏକ ଏଟିଏମ କାର୍ଡ ମଧ୍ୟ ଚୋରି କରିଥିଲା। ଖାତାରୁ ପ୍ରାୟ ୧ ଲକ୍ଷ ଟଙ୍କା ଉଠାଇ ନେଇଥିଲା। ଅବଶ୍ୟ ପୋଲିସ ଲୁଟ ହୋଇଥିବା ସବୁ ଜିନିଷକୁ ସଂଗ୍ରହ କରିସାରିଲାଣି।

policeପୋଲିସକୁ ଖବର ମିଳିଥିଲା ଯେ ଚୋର ବିଲଡିଂରେ ହିଁ କେଉଁଠି ଲୁଚିଛି। ପୋଲିସ ଯେତେବେଳେ ଚୋରର ଆପାର୍ଟମେଣ୍ଟକୁ ଗଲା ତେବେ ଚୋରକୁ ପୋଲିସର ସାଇରନ ଶୁଭିଯାଇଥିଲା। ପୋଲିସର ଆସିବା ଖବର ଶୁଣିବା ମାତ୍ରକେ ହିଁ ଚୋର ଜଣକ ସିଡି ଏବଂ ଲିଫ୍ଟ ବଦଳରେ ବିଲଡିଂର ବାହାର ଆଡକୁ ଦୌଡିବାକୁ ଲାଗିଲା। ବିଲଡିଂରୁ ଖସିଯିବକୁ ପ୍ଲାନ କରିବା ସମୟରେ ଫସିଗଲା।

ସୁରକ୍ଷା ବାହିନୀ ଯେତେବେଳେ ତାକୁ ରକ୍ଷା କରୁଥିଲେ ସେତେବେଳେ ମଧ୍ୟ ସେ ପୋଲିସଙ୍କୁ ବହୁତ ହଇରାଣ କଲା। ଯାହାପରେ ପୋଲିସ ଅଫିସର ତାକୁ କହିଲେ ଯେ ‘ଯଦି ଆତ୍ମସମର୍ପଣ କରିଥାନ୍ତ ତେବେ ତୁମ ପାଖରେ ରକ୍ଷା ପାଇବାର ଏକ ମଉକା ମିଳିଥାନ୍ତି। ତୁମେ ଯୁବକ ଅଛ ଏବଂ ତୁମ ଆଗରେ ଲମ୍ବା ଜୀବନ ପଡିଛି।

theifପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତକୁ ଚୋରି ମାମଲାରେ ୩ ବର୍ଷର ଜେଲ ହୋଇଛି। ପଚରାଉଚୁରା ସମୟରେ ଚୋର ପୋଲିସକୁ କହିଥିଲା ଯେ ମୁଁ ମୋ ସାଙ୍ଗ ମାନଙ୍କ ସହିତ ବ୍ୟବସାୟ ଆରମ୍ଭ କରିବି। ଯାହା ପାଇଁ ତାକୁ ଟଙ୍କା ଦରକାର। ଯେଉଁଥିପାଇଁ ସେ ଚୋରି କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.