୨୩ ଥର ଓଲଟି ୫୦୦ ଫୁଟ ତଳକୁ ଖସିଲା ବସ୍, ହେଲେ ଗୋଟିଏ ଗଛ ବଂଚାଇଲା ୬୦ ଜୀବନ

ଆଧୂନିକୀକରଣ ପାଇଁ ବର୍ତ୍ତମାନ ଆଖି ବୁଜା ଚାଲିଛି ଗଛ କଟା । କିନ୍ତୁ ସମସ୍ତେ ଜାଣି ରଖିବା ଉଚିତ୍ ଯେ ଗଛ ଆମକୁ ଦେଇଥାଏ ଜୀବନ । ଏପରିକି ମୃତ୍ୟୁ ମୁଖରୁ ମଧ୍ୟ ବଂଚାଇଥାଏ । କଣ ବିଶ୍ବାସ ହେଉନି ନା ? କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଏହି ଖବର ପଢିବା ପରେ ନିଶ୍ଚିତ ଭାବରେ ଆପଣମାନେ ଗଛ କଟାକୁ ବିରୋଧ କରିବେ ।

ଘଟଣାଟି ହେଉଛି ମଧ୍ୟପ୍ରଦେଶର ମାଣ୍ଡୁ ଅଂଚଳର । ଯେଉଁଠି ପ୍ରାୟ ୬୦ ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ମହେଶ୍ବର ଯାଉଥିଲା ଏକ ଘରୋଇ ବସ୍ । ତେବେ କିଛି ବାଟ ଗଲା ପରେ ବସଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଯାହା ଫଳରେ ପ୍ରାୟ ୫୦୦ ଫୁଟ ତଳକୁ ଖସିପଡିଥିଲା ବସଟି । ତାହା ପୁଣି ଥରେ କି ଦୁଇ ଥର ନୁହେଁ ପ୍ରାୟ ୨୩ ଥର ଓଲଟି ତଳକୁ ଖସିଥିଲା ବସ୍ ।

bus ହେଲେ ଏତେ ବଡ଼ ଦୁର୍ଘଟଣା ପରେ ବଂଚିଯାଇଥିଲେ ସମସ୍ତ ଯାତ୍ରୀ । କାରଣ ଥିଲା ଏକ ଲିମ୍ବ ଗଛ । ଏହି ଲିମ୍ବ ଗଛରେ ସାହାରାରେ ଗଛଟି ଅଟକି ଯାଇଥିଲା । ଯାହା ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଫେରିଥିଲେ । ଏହି ସମୟରେ ସମସ୍ତ ଯାତ୍ରୀଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳିଥିଲା ଆଜିଠାରୁ ନା କେବଳ ଗଛ କଟାକୁ ବିରୋଧ କରିବେ ବରଂ ଗଛ ଲଗାଇବେ । ଅନ୍ୟପଟେ ବ୍ରେକ୍ ଫେଲ୍ ହେବା ସମୟରେ ବସରୁ ତଳୁକୁ ଡେଇଁ ଖସି ଯାଇଥଲା ଡ୍ରାଇଭର୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.