ନିଜ ଯୋଗ ବଳରେ ଏହି ବାବା କରିପାରୁଛନ୍ତି ଅସମ୍ଭବକୁ ସମ୍ଭବ, ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ପ୍ରାଚୀନ କାଳରୁ ଭାରତ ଯୋଗ ଏବଂ ଶକ୍ତି ପାଇଁ ପ୍ରସିଦ୍ଧ ଥିଲା । ଯୋଗ ଏବଂ ତପ ଶକ୍ତିରେ ସବୁକିଛି ହାସିଲ କରାଯାଇ ପାରୁଥିଲା । ଆଜି ଆମେ ଆପଣଙ୍କୁ ଏପରି ଜଣେ ବାବାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଯୋଗ ବଳରେ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କାରଣ ହେଉଛି ଏହି ବାବା ନିଜ ଲିଙ୍ଗରେ ଟ୍ରକ ପର୍ଯ୍ୟନ୍ତ ଟାଣି ପାରୁଛନ୍ତି । ତାଙ୍କର ଏହି ଚମତ୍କାରୀ ଶକ୍ତି ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ବାବାଙ୍କ ବିଷୟରେ ।

ଗୁଜୁରାଟରେ ବାସ କରୁଥିବା ପଞ୍ଚ ଦଶାନନ ଆଖଡ଼ାର ଜଣେ ସାଧୁ ନିଜ ଲିଙ୍ଗରେ ଟ୍ରକ ପର୍ଯ୍ୟନ୍ତ ଟାଣି ଦେଉଛନ୍ତି ଯାହାକୁ ଦେଖି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ତାଙ୍କୁ ଦେଖିବା ପାଇଁ ଭିଡ଼ ଲାଗିଛି । ଲୋକମାନଙ୍କ କହିବା ଅନୁଯାୟୀ ଏହା କୌଣସି ଚମତ୍କାରିତା ଠାରୁ ମଧ୍ୟ କମ ନୁହେଁ । ତେବେ ଏହି ବାବା ଯୋଗଶକ୍ତି ବଳରେ ନିଜ ଲିଙ୍ଗରେ ଟ୍ରକ ଟାଣି ରେକର୍ଡ ବନାଇଛନ୍ତି । ତାଙ୍କର ଏହି କାର୍ଯ୍ୟ ଦେଖି ମେଡିକାଲ ସାଇନ୍ସର ଗୁଣଗାନ କରୁଥିବା ବଡ଼ ବଡ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବାବାଙ୍କ ଗୁରୁ ମହନ୍ତ କୈଳାସ ଗୀରିଜି ମହାରାଜଙ୍କ କହିବା ଅନୁଯାୟୀ ଏହି କାର୍ଯ୍ୟ ସନାତନ ଧର୍ମର ଶକ୍ତିକୁ ପ୍ରଦର୍ଶିତ କରିବା ପାଇଁ ଏବଂ ନାରୀ ଶକ୍ତି ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ କରାଯାଇଛି । ଯାହାଦ୍ୱାରା ଲୋକମାନେ ଭାରତର ପରମ୍ପରାକୁ ସମ୍ମାନ କରିବେ ।

ଏହାସହ ପଢନ୍ତୁ ଏହି କିନ୍ନରଙ୍କ ପାଖରେ ରହିଛି ଏପରି ସ୍ୱତନ୍ତ୍ରତା ଯାହା ଦେଖିଲେ ଉଡିଯିବ ଆପଣଙ୍କ ହୋସ

ସୂଚନା ଅନୁଯାୟୀ ମଣ୍ଡଳଶ୍ରୀ ମହନ୍ତ ହନୁମାନ ଗିରି ବାବା ନିଜ ଲିଙ୍ଗରେ ବୋଲେରୋ, ବସ ଏବଂ ଟ୍ରକ ଭଳି ବଡ଼ ବଡ଼ ଯାନକୁ ଟାଣି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏହି କାର୍ଯ୍ୟ କରିବା ପୂର୍ବରୁ ସେ ନିଜ ଗୁରୁଙ୍କର ଆଶୀର୍ବାଦ ନେବାକୁ ଭୁଲନ୍ତି ନାହିଁ । ଏହି କାର୍ଯ୍ୟ ସେ ପୂର୍ବରୁ କୁମ୍ଭ ମେଳାରେ କରି ଦେଖାଇ ସାରିଛନ୍ତି । ବର୍ତ୍ତମାନ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନିତ କରିବା ପାଇଁ ଲୋକମାନେ ଦାବି କରିଛନ୍ତି । କାରଣ ଆଜି ପର୍ଯ୍ୟନ୍ତ ନିଜ ଲିଙ୍ଗରେ ଟ୍ରକ ଟାଣିବା ଭଳି ଦୁଃସାହସିକ କାର୍ଯ୍ୟ କରିବା ପାଇଁ କେହି ବି ସାହସ କରିନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.