Below header

୧ କୋଟି ଟଙ୍କାରେ ନିଲାମ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଫଟୋ, ୫୦୦ ଟଙ୍କା ଥିଲା ମୂଳ ଦାମ୍‌

ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫଟୋ ୧ କୋଟି ଟଙ୍କାରେ ନିଲାମ ହୋଇଛି। ସୋମବାର ଅର୍ଥାତ୍‌ ୧୬ ସେପ୍ଟେମ୍ବରରେ ଇ-ନିଲାମି ଦ୍ୱାରା ବିକ୍ରି ହୋଇଥିବା ଏହି ଫଟୋର ମୂଳ ଦାମ୍‌ ଥିଲା ୫୦୦ ଟଙ୍କା। କଥାଟି ହେଲା, ଗତ ୬ ମାସ ହେବ ଦେଶର ବିଭିନ୍ନ ସ୍ଥାନକୁ ଅଫିସିଆଲ୍‌ ଟୁର୍‌ ଯିବା ସମୟରେ ମୋଦିଙ୍କୁ ଅନେକ ଉପହାର ମିଳିଥିଲା। ତାହାରି ଭିତରେ ଏହି ଖାସ୍‌ ଫଟୋ ଆସିଥିଲା, ଯେଉଁଥିରେ ଗୁଜରାଟୀ ଭାଷାରେ ମୋଦିଙ୍କ ବାର୍ତ୍ତା ଲେଖାଯାଇଥିଲା।

modi333

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କୁ ନଡ଼ିଆ ସହିତ ଏକ ରୂପାର କଳସ ମଧ୍ୟ ଭେଟିରେ ମିଳିଥିଲା, ଯାହାକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଦେଇଥିଲେ। ଇ-ନିଲାମରେ ଏହି କଳସ ମଧ୍ୟ ୧ କୋଟି ଟଙ୍କାରେ ବିକ୍ରି ହୋଇଥିଲା, ଯାହାର ମୂଳ ଦାମ୍‌ ୧୮ ହଜାର ଟଙ୍କା ଥିଲା। ଅଧିକ ଦାମ୍‌ରେ ନିଲାମ ହୋଇଥିବା ଅନ୍ୟ ଉପହାରରେ ଏକ ଧାତୁର ମୂର୍ତ୍ତି ମଧ୍ୟ ସାମିଲ ରହିଛି। ଏହି ମୂର୍ତ୍ତିରେ ଗାଈ ନିଜ ବାଛୁରୀକୁ କ୍ଷୀର ପିଆଉଥିବାର ଦେଖିବାକୁ ମିଳିଥିଲା। ୧୫୦୦ ଟଙ୍କା ମୂଳ ଦାମ୍‌ ଥିବା ଏହି ମୂର୍ତ୍ତି ୫୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। କହି ରଖୁଛୁ କି, ଇ-ନିଲାମ ୧୪ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା, ଯାହାକି ୩ ଅକ୍ଟୋବର ପଯ୍ୟର୍ନ୍ତ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.