ଗାନ୍ଧି ଜୟନ୍ତୀରୁ ରାଜ୍ୟର ସବୁ ସହରାଞ୍ଚଳରେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର

ଭୁବନେଶ୍ବର(କେନ୍ୟୁଜ୍): ଗାନ୍ଧି ଜୟନ୍ତୀରୁ ରାଜ୍ୟର ସବୁ ସହରାଞ୍ଚଳରେ ପ୍ରଥମେ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବୋତଲ, ବ୍ୟାଗ ଆଦି ନିଷେଧ ହେବ । ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ଏହାସହିତ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଛି । ଏହାକୁ ଅନୁମୋଦନ ମିଳିଲେ ପୂରା ରାଜ୍ୟରେ ପ୍ଲାଷ୍ଟିକ ନିଷିଦ୍ଧ ହେବ। ଅକ୍ଚୋବର ୨ ତାରିଖରୁ କଡ଼ାକଡ଼ି ଭାବେ କଟକଣା ଲାଗୁ କରାଯିବ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି । ସେହିପରି ସ୍କୁଲରେ ମଧ୍ୟ ପ୍ଲାଷ୍ଟିକ ବ୍ୟାନ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହା କହିଛନ୍ତି । ପୂର୍ବରୁ ଗତବର୍ଷ ଅକ୍ଟୋବର ୨ରେ ରାଜ୍ୟର ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ସମେତ ପୁରୀରେ ପ୍ଲାଷ୍ଟିକ ବ୍ୟାନ କରାଯାଇଥିଲା । ୫୦ ମାଇକ୍ରନରୁ କମ ମୋଟେଇର ପଲିଥିନ ବ୍ୟବହାରକୁ ନିଷିଦ୍ଧ ହୋଇଥିଲା । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପଡ଼ି ରହୁଛି । ଏହା ମାଟିରେ ମଧ୍ୟ ମିଶୁନାହିଁ । ଫଳରେ ପ୍ଲାଷ୍ଟିକ ଜନିତ ପରିବେଶ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.