ସିମୁଳିଆ ଅଞ୍ଚଳର ଯୁବ ଇଞ୍ଜିନିୟର ଅଭିମନ୍ୟୁ ମିଶ୍ର, ଅଭିନବ ଉପାୟରେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

ସିମୁଳିଆ(କେନ୍ୟୁଜ୍): ସମାଜସେବା କରିବାର ନିଶା । ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବାର ଆଗ୍ରହ । ସିମୁଳିଆ ଅଞ୍ଚଳର ଯୁବ ଇଞ୍ଜିନିୟର। ଚାକିରି ଛାଡ଼ି ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ନିଜକୁ ସାମିଲ କରିଛନ୍ତି । ଅଭିନବ ଉପାୟରେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଦଧିବାମନପୁର ଗାଁର ଅଭିମନ୍ୟୁ ମିଶ୍ର। ଦେଖିଲେ ପାଗଳ ଭଳି ଲାଗୁଛନ୍ତି। କିନ୍ତୁ ସେ ପାଗଳ ନୁହନ୍ତି। ମହତ ଉଦ୍ଦେଶ୍ୟ ରଖି ଏଭଳି ବେଶରେ ବୁଲୁଛନ୍ତି ଅଭିମନ୍ୟୁ। ପରିବେଶ ସୁରକ୍ଷା ନେଇ ଏଭଳି ବେଶ ଧାରଣ କରିଛନ୍ତି। ଦୁଇ ବର୍ଷ ହେବ ପ୍ରତିଦିନ ପଲିଥିନ୍‌, ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ ଓ ସାମଗ୍ରୀ ସାଉଁଟି ଥାଆନ୍ତି। ସେଗୁଡ଼ିକୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନରେ ଫୋପାଡ଼ି ଥାଆନ୍ତି ଅଭିମନ୍ୟୁ। ତାଙ୍କର ଏହି ବେଶଭୂଷା ଦେଖି ତାଙ୍କୁ କିଏ କହେ ପାଗଳ ତ କେହି ଚୋର ବୋଲି ବି କୁହନ୍ତି। ଏମିତି ବେଶ ପାଇଁ ବହୁବାର ଲୋକଙ୍କ ଆକ୍ରୋଶର ବି ଶିକାର ହୋଇଛନ୍ତି। କିନ୍ତୁ ସେ ସବୁକୁ ଖାତିର୍ ନକରି ମହତ ଉଦ୍ଦେଶ୍ୟରେ ନିଜ ଲକ୍ଷ୍ୟପଥରେ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ଅଭିମନ୍ୟୁ। ସେମିତି ନୁହେଁ, ସ୍ଥାନୀୟ ଅଞ୍ଚଳର ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ସାମିଲ ହୋଇ ସ୍ୱଚ୍ଛ ଭାରତ ଅଭିଯାନରେ ବି ନିଜକୁ ସାମିଲ କରିଛନ୍ତି। ତାଙ୍କର ଏଭଳି କାମକୁ ଖୁବ୍ ପ୍ରଶଂସା ମିଳୁଛି। ଅଭିମନ୍ୟୁ କହିଛନ୍ତି, ଏମିତି କାମ କରି ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ।