Below header

ବାଙ୍ଗାଲୋରର IIM ଛାତ୍ର ଏଭଳିଭାବେ କଲେ ବିରୋଧ ପ୍ରଦର୍ଶନ, ଯାହା କେବେବି ଭୁଲିପାରିବେନି ଆପଣ

ଡିସେମ୍ବର ୧୯ ତାରିଖ ୨୦୧୯ ଅର୍ଥାତ ଗତକାଲି ବାଙ୍ଗାଲୋର ପୋଲିସ ସେଠାରେ ଧାରା 144 ଜାରିକରିଥିଲା । ଯେଉଁ କାରଣରୁ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଥିଲେ କାରଣ ବର୍ତ୍ତମାନ ସେଠାରେ IIMର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । 144 ଧାରା ଜାରି ହେବା ପରେ ସେମାନେ କିପରି ଏକତ୍ରିତ ହେବେ ଏବଂ କିଭଳି ଭାବେ ବିରୋଧ କରିବେ ସେନେଇ ଚିନ୍ତା ବଢି ଯାଇଥିଲା । ଆପଣ ଜାଣି ଅଆଶ୍ଚର୍ଯ୍ୟ ହେବେ IIM ବାଙ୍ଗାଲୋରର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିବା ପାଇଁ ଏକ ଭିନ୍ନ ପ୍ରକାର ତରିକା ଆପଣେଇଛନ୍ତି ।

ଛାତ୍ରମାନେ କ୍ୟାମ୍ପସ ଭିତରେ ରହି ମେନଗେଟ ବାହାରେ ନିଜର ଜୋତା ଏବଂ ଚପଲ ରଖିଦେଇଛନ୍ତି । ପୋଲିସର କହିବା ଅନୁଯାୟୀ ଯଦି ସେମାନେ ବାହାରକୁ ଆସନ୍ତି ତାହେଲେ ତାଙ୍କୁ ଗିରଫ କରାଯିବ । ଯେଉଁ କାରଣରୁ ଛାତ୍ରଛାତ୍ରୀ ମାନଙ୍କର ଜୋତା ଚପଲ ଏହି ବିରୋଧ ପ୍ରଦର୍ଶନ କରୁଛନ୍ତି ।

ତେବେ IIM ଛାତ୍ରଙ୍କର ଏହି କ୍ରିଏଟିଭିଟିର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.