ପୁଣି ବିଶ୍ବସ୍ତ ପ୍ରାଣୀ ମନ ଜିଣିଲା, ବିଷଧର ନାଗ ସହ ଲଢେଇରେ ପ୍ରାଣ ହରାଇ ଉଦ୍ଧାର କଲା ମାଲିକ ଜୀବନ, ଦେଖନ୍ତୁ ଭିଡିଓ

ବ୍ରହ୍ମପୁର(କେନ୍ୟୁଜ୍): ନାଗ ସାପ ସହ ଲଢ଼ିଲା । ହେଲେ ନିଜ ଜୀବନ ବଞ୍ଚାଇ ପାରିଲାନି। ବିଶ୍ବସନୀୟତାର ପ୍ରମାଣ ଦେଇ ଶେଷରେ ଜୀବନ ହାରିଛି ଏକ ପୋଷା କୁକୁର। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଣ୍ଢା ବଜାରରେ । ଆଜି ଦିନ ୧୨ଟା ବେଳେ ଏକ ବିରାଟକାୟ ନାଗ ପଞ୍ଚମା ରୋଡରେ ଥିବା ସନ୍ଦିପ ମୋବାଇଲ ଦୋକାନ ଭିତରକୁ ପଶିବାକୁ ଚେଷ୍ଟା କରିଥିଲା।

ଏହା ଦେଖିବା ପରେ ପୋଷା କୁକୁରଟି ସାପକୁ ଆକ୍ରମଣ କରିଥିଲା। ଦିର୍ଘ ଏକଘଣ୍ଟା କାଳ ଚାଲିଲା ସାପ ଏବଂ କୁକୁର ମଧ୍ୟରେ ଲଡେଇ । ସାପଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ। ଶେଷରେ ନିଜ ଜୀବନକୁ ମଧ୍ୟ ହରାଇଦେଲା ପୋଷା କୁକୁର । ଏବେ ଏହାର ଭିଡ଼ିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.