Below header

ଉଦଘାଟିତ ହେଲା ୪୦ତମ ଅଲ ଓଡିଶା କମର୍ସ କନଫେରେନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ସେମିନାର – ୨୦୧୯, ରାଜ୍ୟପାଳ ଦେଲେ ଯୋଗ

କେନ୍ୟୁଜ୍(ବ୍ୟୁରୋ): ଉଦଘାଟିତ ହୋଇଛି ୪୦ତମ ଅଲ ଓଡିଶା କମର୍ସ କନଫେରେନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ସେମିନାର – ୨୦୧୯ । ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍‌ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ଆଲୋଚନାଚକ୍ରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ବାଣିଜ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଦିନକୁ ଦିନ ବାଣିଜ୍ୟ ଅଧ୍ୟୟନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‌ଚାନସେଲର ପ୍ରଫେସର ସସ୍ମିତା ସାମନ୍ତ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଶୋକ ଦାସଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ଆସନ୍ତାକାଲି ପର୍ଯ୍ୟନ୍ତ ଆଲୋଚନାଚକ୍ର ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.