Below header

ଏହି ୨୩ଟି ଆପ୍ ଜରିଆରେ ଫେସବୁକ୍ ଯାଏଁ ପହଞ୍ଚୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଳୀ : ଫେସବୁକ ଉପରେ ଗ୍ରାହକଙ୍କ ଡାଟା ଚୋରି ମାମଲା ଥମି ନଥିବା ବେଳେ ଏବେ ଆଉଏକ ମାମଲା ସାମ୍ନାକୁ ଆସିଛି। ଏନେଇ ବ୍ରିଟେନ୍ ଚ୍ୟାରିଟୀ ପ୍ରାଇଭେସି ଇଷ୍ଟରନ୍ୟାସନାଲ, ଜର୍ମାନି କାଓସ୍ କମ୍ପୁଟର କଂଗ୍ରେସ ନିକଟରେ ଏକ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ ଲେଖାଯାଇଛି କି, ଫେସବୁକ୍ ସେହି ଗ୍ରାହକଙ୍କର ଡ଼ାଟା ମଧ୍ୟ ଚୋରି କରୁଛି ଯେଉଁମାନେ ତାହାର ବ୍ୟବହାର କରୁନାହାନ୍ତି। ଏଥିପାଇଁ ସଂସ୍ଥା ୧ ରୁ୫୦ କୋଟି ଥର ଇନଷ୍ଟଲ କରାଯାଇଥିବା ୩୪ଟି ଆପ୍ସ ମାନଙ୍କର ଯାଞ୍ଚ କରିଥିଲା। ଯେଉଁଥିରେ ୨୪ଟି ଆପ୍ ଗ୍ରାହକଙ୍କୁ ଡ଼ାଟା ଚୋରି କରୁଥିବା ଜଣାପଡ଼ିଥିଲା।

facebook 2

ଏଥିପାଇଁ ହୋଇଥାଏ ଡ଼ାଟା ଚୋରୀ

ଅଧିକାଂଶ ଆପ୍ ଡ଼େଭଲପମେଣ୍ଟ କମ୍ପାନି, ଫେସବୁକ୍ ସପ୍ଟୱାର ଡ଼େଭଲପମେଣ୍ଟ କିଟ(ଏସଡ଼ିକେ)ର ପ୍ରୟୋଗ କରିଥାନ୍ତି। ଏହା ଅର୍ଥ ଯେଉଁଆପ ଗୁଡ଼ିକ ଏସଡ଼ିକେ ଦ୍ବାରା ଡ଼େଭଲପ୍ ହୋଇଥାଏ ତାହା ଫେସବୁକ୍ ସହ ଯୋଡ଼ି ହୋଇ ରହିଯାଇଥାଏ। ଯାହା ଫଳରେ ଗ୍ରାହକଙ୍କର ଏହି ଆପ ଗୁଡ଼ିକର ବ୍ୟବହାର ଦ୍ବାରା ତାଙ୍କର ସମସ୍ତ ଡ଼ାଟା ଫେସବୁକ୍ ପାଖରେ ପହଞ୍ଚିଯାଇଥାଏ।

ଆପଣଙ୍କ ମୋବାଇଲ ଫୋନରେ ସେଭ ହୋଇଥିବା ନମ୍ବର, ଫୋଟ- ଭିଡ଼ିଓ, ଇମେଲ ଏବଂ ଆପଣ କେଉଁ ୱେବସାଇଟ ସର୍ଚ୍ଚ କରିଛନ୍ତି ଆଦି ସମସ୍ତ ଡ଼ାଟା ଫେସବୁକ୍ ପାଖକୁ ଚାଲିଯାଇଥାଏ। କହିବାକୁ ଗଲେ ଆପଣଙ୍କ ଫୋନରେ ଆପଣ କଣ କରିଥାନ୍ତି ତାହାର ସମସ୍ତ ତଥ୍ୟ ଫେସବୁକ୍ ପାଖରେ ରହିଥାଏ। ତେବେ ଏା ବିଷୟରେ ଫେସବୁକ୍ ବୟାନ ରଖିଛିକି, ଏହା ଗ୍ରାହକ ଏବଂ କମ୍ପାନି ଉଦ୍ଭୟଙ୍କ ପାଇଁ ଲାଭଦାୟକ ଅଟେ।

Facebook-down

କେଉଁ ଆପ ରହିଛି ସାମିଲ :

language-learning app Duolingo
Travel and Restaurants App
Trip Advisor
Job Database InDead
Flight Search Engine Sky Scanner
Pregnancy Plus
Migraine Buddy
Bible Plus and Muslim Pro

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.