ପାକିସ୍ତାନ : ଝଡ଼ ତୋଫାନ ଓ ବର୍ଷାରେ ୨୫ ଜଣଙ୍କର ମୃତ୍ୟୁ

ଲାହୋର : ପାକିସ୍ତାନରେ ଭୟଙ୍କର ଝଡ଼ ତୋଫାନ୍‌ । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ ଏହି ଝଡ଼ ତୋଫାନରେ ୨୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ଧୂଳି ଝଡ଼ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିଲେ । ପାକିସ୍ତାନର ପଞ୍ଜାବ ଓ ସିନ୍ଧ ଅଞ୍ଚଳରେ ଗତକାଲି ଝଡ଼ ତୋଫାନ ସହ ବର୍ଷା ହୋଇଥିଲା । ଅନେକ ଜାଗାର ଗଛ ଏବଂ ବିଦ୍ୟୁତ୍‌ ଖୁଣ୍ଟି ଉପୁଡ଼ି ପଡ଼ିଛି । କେଉଁଠି ଭୂସ୍ଖଳନ ଯୋଗୁଁ ଓ ଆଉ କେଉଁଠି ଘର କାନ୍ଥ ଭୁଶୁଡ଼ି ଲୋକ ମରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.