Below header

ମୁଁ ଗଧ ଓ ମୂର୍ଖ, ଏମିତି କହି ପ୍ରାର୍ଥିପତ୍ର ଦାଖଲ କଲେ ଏହି ନେତା, ଜାଣନ୍ତୁ କାହିଁକି ଏମିତି କହିଲେ ?

ରାଜସ୍ଥାନ ଜୟପୁର ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଦେଖା ଦେଇଥିଲା ଏକ ଭିନ୍ନ ଧରଣର ଦୃଶ୍ୟ । ଜଣେ ଆଶୟୀ ପ୍ରାର୍ଥୀ ନିଜକୁ ମୂର୍ଖ ଓ ଗଧ ବୋଲି ସମ୍ବୋଧନ କରି ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଜୟପୁରର ନେତାଜୀ ପଣ୍ଡିତ ତ୍ରୈଲୋକ୍ୟ ତିଓ୍ଵାରୀ ଜୟପୁର ସହର ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଲାଇଛନ୍ତି । ସୋମବାର ଦିନ ଯେତେବେଳେ ତିଓ୍ଵାରୀ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ, ସେତେବେଳେ ସମସ୍ତେ ତାଙ୍କୁ ଦେଖି ତାଜୁବ ହୋଇ ଯାଇଥିଲେ । କାରଣ ତିଓ୍ଵାରୀ ଖାଲି ପାଦରେ ଚାଲି ଚାଲି ଯାଇ ନିଜ ବେକରେ ‘ମୁଁ ଗଧ, ମୁଁ ମୂର୍ଖ’ ବୋଲି ଲେଖା ଥିବା ପୋଷ୍ଟର ଝୁଲାଇ ଆସିଥିଲେ ।
ଗଣମାଧ୍ୟମକୁ ପ୍ରତିକ୍ରିୟ ଦେଇ ତିଓ୍ଵାରୀ କହିଛନ୍ତି, ବିଗତ ଦଶ ବର୍ଷ ହେଲା ମୁଁ ସଂକ୍ଷଣ ବ୍ୟବସ୍ଥା ହଟାଇବା ଓ ଭେଦଭାବ ଦୂର କରିବା ପାଇଁ ପ୍ରୟାସ ଜାରି ରଖିଛି । ହେଲେ କାହା ଉପରେ କିଛି ଏହାର ପ୍ରଭାବ ପଡୁ ନାହିଁ । ଏଥିପାଇଁ ତିଓ୍ଵାରୀ ନିଜକୁ ମୂର୍ଖ ବୋଲି ମଣିବାକୁ ଲାଗିଲେ ଓ ୧ ମଇ ୨୦୧୮ ଠାରୁ ବେକରେ ଏହି ପୋଷ୍ଟର ମାରି ଖାଲି ଗୋଡ଼ରେ ବୁଲିବାକୁ ଲାଗିଲେ । ତିଓ୍ଵାରୀଙ୍କ ଏହି ମନ୍ତବ୍ୟ ପରେ ସେଠାରେ ଉପସ୍ଥିତ ଥିବା ସବୁ ଲୋକ ତାଙ୍କୁ ଆବାକ ହୋଇ ଚାହିଁ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.