ଗୋଆ ଏୟାରପୋର୍ଟରେ ଉଡ଼ାଣ ଭରିବା ବେଳେ ‘ମିଗ୍‌-୨୯’ ବିମାନର ଟାୟାର ଫାଟିଲା

ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ଭରିବା ବେଳେ ମିଗ୍‌-୨୯ ବିମାନର ଟାୟାର ଫାଟିଯାଇଛି। ଆଶ୍ୱସ୍ତିର କଥା ଯେ ଏଥିରେ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ। ଟାୟାର ଫାଟିବା ପରେ ବିମାନକୁ ରନୱେ ପାର୍ଶ୍ୱରେ ରଖାଯାଇ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଡକାଯାଇଥିଲା।

ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ଭରିବା ବେଳେ ମିଗ୍‌-୨୯ ବିମାନର ଟାୟାର ଫାଟିଯାଇଛି। ଆଶ୍ୱସ୍ତିର କଥା ଯେ ଏଥିରେ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ। ଟାୟାର ଫାଟିବା ପରେ ବିମାନକୁ ରନୱେ ପାର୍ଶ୍ୱରେ ରଖାଯାଇ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଡକାଯାଇଥିଲା। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।

ମଙ୍ଗଳବାର ଦ୍ୱିପ୍ରହରରେ ଗୋଆର ଡାବୋଲିମ୍‌ ବିମାନବନ୍ଦରରେ ବିମାନଟି ନିୟମିତ ଉଡ଼ାଣ ଭରିବାକୁ ଯିବା ସମୟରେ ହଠାତ୍‌ ଏହାର ଟାୟାର ଫାଟିଯାଇଥିଲା। କିନ୍ତୁ ଏଥିରେ କେହି ଆହତ ହୋଇନାହାନ୍ତି।

ଅଧିକାରୀମାନେ କହିଛନ୍ତି କି, ଟାୟାର ଫାଟିବା କାରଣରୁ ମିଗ୍‌-୨୯ ଟ୍ୟାକ୍ସିୱେ ହିଁ ଅଟକି ରହିଥିଲା। ଫଳରେ ଏୟାରପୋର୍ଟର ରନୱେକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା। ଏଥିଯୋଗୁ ଯାତ୍ରୀ ଉଡ଼ାଣ ସେବା ବାଧାପ୍ରାପ୍ତ ହୋଇଥିଲା। ୧୦ଟି ବିମାନ ପ୍ରଭାବିତ ହୋଇଛି। କିଛି ବିମାନକୁ ମୋପାରେ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର ଆଡ଼କୁ ଡାଇଭର୍ଟ କରାଯାଇଛି।

ନୌସେନାର ଜଣେ ଅଧିକାରୀଙ୍କ ମୁତାବକ, ଯେତେବେଳେ ବିମାନ ନିଜର ନିୟମିତ ଉଡ଼ାଣ ପୂର୍ବରୁ ଟ୍ୟାକ୍ସିୱେରେ ରହିଥିଲା, ସେତେବେଳେ ଏହାର ଟାୟାର ଫାଟିଯାଇଥିଲା। ଏହା ପରେ ତୁରନ୍ତ ଅଗ୍ନିଶମ ଏବଂ ଅନ୍ୟାନ୍ୟ ସେବାକୁ ଘଟଣାସ୍ଥଳକୁ ଡକାଯାଇଥିଲା।

କହି ରଖୁଛୁ, ଦକ୍ଷିଣ ଗୋଆ ଜିଲ୍ଲାରେ ଥିବା ଡାବୋଲିମ୍‌ ବିମାନବନ୍ଦର ନୌସେନା ବେସ୍‌ ‘ଆଇଏନ୍‌ଏସ୍‌ ହଂସ’ର ଏକ ଅଂଶ। ଦିନରେ ଏହାକୁ ନୌସେନା ବିମାନଗୁଡ଼ିକ ଦ୍ୱାରା ବ୍ୟବହାର କରାଯାଏ।

You might also like