Below header

୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ, ଶାଶୂକୁ ହତ୍ୟା କରି ଫେରାର୍ ଥିଲା

 ୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ । ବ୍ରହ୍ମପୁରର ଅଭିଯୁକ୍ତ ହରିହର ପାଟ୍ଟଯୋଶୀକୁ ଗୋଷାଣୀ ନୂଆଗାଁ ଥାନା ପୋଲିସ ସହାୟତାରେ ଗିରଫ କଲା ଚେନ୍ନାଇ ପୋଲିସ ।

ବ୍ରହ୍ମପୁର(କେନ୍ୟୁଜ): ୨୮ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ । ବ୍ରହ୍ମପୁରର ଅଭିଯୁକ୍ତ ହରିହର ପାଟ୍ଟଯୋଶୀକୁ ଗୋଷାଣୀ ନୂଆଗାଁ ଥାନା ପୋଲିସ ସହାୟତାରେ ଗିରଫ କଲା ଚେନ୍ନାଇ ପୋଲିସ । ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁରର ହରିହର ପାଟ୍ଟଯୋଶୀ ୧୯୯୫ ମସିହାରେ ଚେନ୍ନାଇରେ ରହୁଥିବା ବେଳେ ତାର ଶାଶୂକୁ ହତ୍ୟା କରି ଫେରାର୍ ହୋଇଯାଇଥିଲା ।

ଏକ କମ୍ପାନୀରେ କାମ କରୁଥିବା ବେଳେ ଇନ୍ଦିରା ନାମକ ଜଣେ ମହିଳାଙ୍କୁ ପ୍ରେମ ବିବାହ କରିଥିଲା । ପରବର୍ତ୍ତୀ ସମୟରେ ପାରିବାରିକ ଅଶାନ୍ତିକୁ ନେଇ ତାଙ୍କ ସ୍ତ୍ରୀ କୋର୍ଟରେ ଛାଡ଼ପତ୍ର ମାମଲା ଦାୟର କରିବା ପରେ ସେଥିରେ ସେ ଉତକ୍ଷିପ୍ତ ହୋଇ ନିଜ ଶାଶୂଙ୍କ ସହ ସ୍ତ୍ରୀ ଓ ଶଳାକୁ ଆକ୍ରମଣ କରିଥିଲା ।

ତେବେ ଶାଶୂ ମରିଯିବା ପରେ ସେ ସେଠାରୁ ଫେରାର୍ ହୋଇ ସୁରତ ଓ ଅନ୍ୟ ସହର ହୋଇ ବ୍ରହ୍ମପୁରରେ ଆସି ରହୁଥିଲା । ପରବର୍ତ୍ତୀ ସମୟରେ ବ୍ରହ୍ମପୁରରେ ଆଉ ଜଣକୁ ବିବାହ କରିଥିଲା । ସେ ବିଭିନ୍ନ ସଂସ୍ଥାରେ କାମ କରି ନିଜକୁ ପୋଲିସ ନଜରରୁ ଦୂରେଇ ରଖୁଥିଲା। ଚେନ୍ନାଇ ପୋଲିସର ଏକ ଟିମ୍ ବ୍ରହ୍ମପୁର ଆସି ଗୋଷାଣିନୂଆଗାଁ ଥାନା ପୋଲିସର ସହାୟତାରେ ଅଭିଯୁକ୍ତ ହରିହରକୁ ଧରିବାରେ ସକ୍ଷମ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.