Below header

ମଟନ୍‌ ନାହିଁ ତ ବାହାଘର ହୋଇ ପାରିବନି, ବେଦୀରୁ ଉଠିଗଲା ବର ଭାଙ୍ଗିଗଲା ବାହାଘର

ଭୋଜିରେ ବୋନ୍‌ ମ୍ୟାରୋ ମଟନ୍‌ ହୋଇନଥିଲା ବୋଲି ଭାଙ୍ଗିଗଲା ବାହାଘର। ଭୋଜିରେ ବୋନ୍‌ ବ୍ୟାରୋ ମଟନ୍‌ ହୋଇନଥିଲା । ଏହି ସାମାନ୍ୟ କଥାକୁ ନେଇ ଉଭୟ ବରପକ୍ଷ ଏବଂ କନ୍ୟାପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ ଭାଙ୍ଗିଗଲା ବାହାଘର ।

ସମେସ୍ତ ନିଜ ବିବାହକୁ ସ୍ପେଶାଲ କରିବା ପାଇଁ ଖାଇବା ପିଇବା ବ୍ୟବସ୍ଥା ଅର୍ଥାତ୍‌ ଭୋଜିର ଆୟୋଜନ ବହୁ ଆଡ଼ମ୍ବରରେ କରିଥାଆନ୍ତି । ହେଲେ ସେହି ଭୋଜି ହେଲା କାଳ । ଭୋଜିରେ ବୋନ୍‌ ମ୍ୟାରୋ ମଟନ୍‌ ହୋଇନଥିଲା ବୋଲି ଭାଙ୍ଗିଗଲା ବାହାଘର। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବେଶ୍‌ ଧୁମ୍‌ ଧାମ୍‌ରେ ହେଉଥିଲା ବାହାଘର। ବାଜୁଥିଲା ବାଜା ନାଚ ଗୀତରେ ମସଗୁଲ୍‌ ଥିଲେ ବରପକ୍ଷ। କନ୍ୟାପକ୍ଷ ମଧ୍ୟ ବରଯାତ୍ରୀଙ୍କ ନାଚ ଗୀତରେ ହଜିଯାଇଥିଲେ । କିଛି ବରଯାତ୍ରୀ ଭୋଜି ଖାଇବାକୁ ବାହାରିଥିଲେ ଠିକ୍‌ ଏହି ସମୟରେ ହଠାତ୍‌ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ । ପହଞ୍ଚିଥିଲା ପୋଲିସ । ଅଟକି ଯାଇଥିଲା ବାହାଘର ।

ସୁଚନା ମୁତାବିକ୍‌, ତେଲେଙ୍ଗାନାର ଏକ ବିବାହ ମଣ୍ଡପରେ ବାହାଘର ଆୟୋଜନ କରାଯାଇଥିଲା । ବରପକ୍ଷ ବରଯାତ୍ରୀଙ୍କୁ ନେଇ ବିବାହ ମଣ୍ଡପରେ ପହଞ୍ଚିଥିଲେ । ସେଠାରେ କନ୍ୟାପକ୍ଷ ତରଫରୁ ବରପକ୍ଷଙ୍କ ପାଇଁ ବହୁ ଆଡ଼ମ୍ବରରେ ଭୋଜିର ଆୟୋଜନ କରାଯାଇଥିଲା । ହେଲେ ବଡ଼ ଦୁଃଖର ବିଷୟ ଯେ ସେହି ଭୋଜିରେ ବୋନ୍‌ ବ୍ୟାରୋ ମଟନ୍‌ ହୋଇନଥିଲା । ଏହି ସାମାନ୍ୟ କଥାକୁ ନେଇ ଉଭୟ ବରପକ୍ଷ ଏବଂ କନ୍ୟାପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ ଘଟଣାସ୍ଥଳରେ ପୋଲିସ ଆସି ପହଞ୍ଚିଥିଲେ । ପୋଲିସ ମଧ୍ୟ ସମସ୍ତଙ୍କୁ ବହୁତ୍‌ ବୁଝାସୁଝା କରିଥିଲେ । ହେଲେ ବରପକ୍ଷ ଏହାକୁ ଅପମାନ ବୋଲି କହି ବିବାହ ହୋଇପାରିବନି ବୋଲି କହି ବାହାଘର ଭାଙ୍ଗି ଚାଲିଯାଇଥିଲେ ।

ପୋଲିସ ଏହି ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲା । ବହୁତ୍‌ ବୁଝାସୁଝା କରିବା ପରେ ମଧ୍ୟ ବାହାଘର ହୋଇନଥିଲା । ତେବେ ଏହି ଘଟଣା ତେଲୁଗୁ ଫିଲ୍ମର କାହାଣୀ ଭଳି କିଛି ଲୋକ ମନ୍ତବ୍ୟ ଦେଉଥିବା ବେଳେ କିଛି ଲୋକ ଏହାକୁ ବରପକ୍ଷଙ୍କର ଏକ ସୁନିଶ୍ଚିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.