RBI ଅଫିସ୍‌କୁ ବୋମାରେ ଉଡ଼ାଇଦେବାକୁ ଧମକ, ଇ-ମେଲ୍‌ ପଠାଇ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି

ମୁମ୍ବାଇସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସ୍‌କୁ ମିଳିଛି ବୋମା ଧମକ। ଆରବିଆଇ ଅଫିସ୍‌କୁ ବୋମାରେ ଉଡ଼ାଇ ଦେବାକୁ ନେଇ ଏକ ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ଏଥିରେ କୁହାଯାଇଛି ଯେ ମୁମ୍ବାଇରେ ମୋଟ ୧୧ଟି ସ୍ଥାନରେ ବୋମା ରଖାଯାଇଛି।

ମୁମ୍ବାଇସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଫିସ୍‌କୁ ମିଳିଛି ବୋମା ଧମକ। ଆରବିଆଇ ଅଫିସ୍‌କୁ ବୋମାରେ ଉଡ଼ାଇ ଦେବାକୁ ନେଇ ଏକ ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ଏଥିରେ କୁହାଯାଇଛି ଯେ ମୁମ୍ବାଇରେ ମୋଟ ୧୧ଟି ସ୍ଥାନରେ ବୋମା ରଖାଯାଇଛି। ଏହା ସହିତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି।

ପୋଲିସର କହିବା ହେଲା, ଇମେଲରେ ଆରବିଆଇ ଅଫିସ୍‌ ସହ ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ସମେତ ୧୧ଟି ସ୍ଥାନରେ ବୋମା ରଖାଯାଇଥିବାର ଧମକ ମିଳିଛି। ଇମେଲ ମାଧ୍ୟମରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି।

ତେବେ ଏହି ଧମକପୂର୍ଣ୍ଣ ଇମେଲ୍‌ ମିଳିବାର ତୁରନ୍ତ ପରେ ପୋଲିସ ସମସ୍ତ ଜାଗାରେ ଛାନ୍‌ଭିନ୍‌ କରିଥିଲା। କିନ୍ତୁ କିଛି ସନ୍ଦେହଜନକ ଜିନିଷ ମିଳି ନ ଥିଲା। ଏ ସଂକ୍ରାନ୍ତରେ ଏମ୍‌ଆର୍‌ଏ ମାର୍ଗ ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏହି ମେଲ୍‌ ପଠାଇଥିବା ବ୍ୟକ୍ତି ସ୍ପଷ୍ଟ ରୂପେ ଉଲ୍ଲେଖ କରିଛନ୍ତି ଯେ ଆମର ଧମକକୁ ଅଣଦେଖା କରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.