Below header

ଆଜି ଚାରିଆଡେ ଭାଇରାଲ ହେଉଛି ସରପଞ୍ଚ ଓ ଇଞ୍ଜିନିୟରଙ୍କ ମଧ୍ୟରେ ଲଢ଼େଇ

ପ୍ରଥମେ ଯୁକ୍ତି ତର୍କ ଆଉ ପରେ ଧସ୍ତାଧସ୍ତି । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ପକେଟରୁ ନିଜ ମୋବାଇଲ ବାହାର କରି ଏ ଦୃଶ୍ୟକୁ ରେକର୍ଡ କରିଥିଲେ । ଯାହା ଏବେ ସବୁଠି ମୋବାଇଲ କୁ ମୋବାଇଲ ଘୂରି ବୁଲୁଛି ।

ବଲାଙ୍ଗୀର (କେନ୍ୟୁଜ) : ଭାଇରାଲ ହେଉଛି ସରପଞ୍ଚ ଓ ଇଞ୍ଜିନିୟରଙ୍କ ମଧ୍ୟରେ ଲଢ଼େଇ । ଆଜି ଏହି ଖବର ରହିଛି ସବୁଠି ଭାରି ଚର୍ଚ୍ଚାରେ । ପ୍ରଥମେ ଯୁକ୍ତି ତର୍କ ଆଉ ପରେ ଧସ୍ତାଧସ୍ତି । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ପକେଟରୁ ନିଜ ମୋବାଇଲ ବାହାର କରି ଏ ଦୃଶ୍ୟକୁ ରେକର୍ଡ କରିଥିଲେ । ଯାହା ଏବେ ସବୁଠି ମୋବାଇଲ କୁ ମୋବାଇଲ ଘୂରି ବୁଲୁଛି ।

ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଇଞ୍ଜିନିୟର ବାବୁଙ୍କ ଦାଦାଗିରିର ଖବର । ହରିଶଙ୍କରରେ ହରି ଶଙ୍କର ପୀଠର ବିକାଶ ମୂଳକ କାମ ଚାଲିଥିବା ବେଳେ ବିଭିନ୍ନ କାମର ତଦାରଖ କରିବାକୁ ପହଞ୍ଚିଥିଲେ ପିଡବ୍ଲୁଡି ଏସଡିଓ ଶ୍ରୀଧର ଦାସ । ଏହି ସମୟରେ ସେଠାରେ ଚଙ୍ଗରିଆ ପଂଚାୟତର ସରପଞ୍ଚ ସୁଶିଲ ଗୁରୁ ପହଞ୍ଚି ନିମ୍ନମାନର କାମ ଚାଲିଥିବା ଅଭିଯୋଗ ଆଣିଥିଲେ । ଯାହାପରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି ।

ନିମ୍ନମାନର କାମ ସମ୍ପର୍କରେ ପିଡବ୍ଲୁଡି ଏସଡିଓଙ୍କୁ ପଚାରିଥିଲେ ସରପଞ୍ଚ । ବାସ୍‌ ଏତିକି କଥାରେ ସରକାରୀ ବାବୁଙ୍କ ରାଗ ଉଠିଗଲା ପଞ୍ଚମକୁ । ଏହି କଥା ଶୁଣି ରାଗିଯାଇଥିଲେ ପିଡବ୍ଲୁଡି ଏସଡିଓ । ସବୁ କଥାରେ କାହିଁକି ବାଧା ଉପୁଯାଉଛ ବୋଲି କହି ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ମାଡ ମାରିଥିଲେ । ଉପସ୍ଥିତ ଲୋକେ ଏସଡିଓଙ୍କ କବଳରୁ ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ । ଆଉ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସଡିଓଙ୍କ ଏପରି ଆଚରଣକୁ ସାଧାରଣ ଲୋକେ ନିନ୍ଦା କରୁଛନ୍ତି । ଅନ୍ୟପଟେ ଖବର ପାଇ ହରିଶଙ୍କର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଏସଡିଓ ଓ ସରପଞ୍ଚଙ୍କୁ ଖପ୍ରାଖୋଲ ଥାନାକୁ ଆଣି ପଚରାଉଚରା କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.