ଖାଇବା ପ୍ଲେଟ ତିଆରି ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ଏକ ଖାଇବା ପ୍ଲେଟ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି l

ଛତ୍ରପୁର(କେନ୍ୟୁଜ ) : ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ଏକ ଖାଇବା ପ୍ଲେଟ ତିଆରି  ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି l ସୂଚନା ମୁତାବକ ଗ୍ରାମରେ ଥିବା ଉପେନ୍ଦ୍ର ପଣ୍ଡାଙ୍କ ଖାଇବା ପ୍ଲେଟ ଗୋଦାମରେ ମେସିନ ଅତ୍ୟଧିକ ଗରମ ହେବାରୁ ଏଭଳି ଘଟଣା ଘଟିଥିବା ଜାଣିବାକୁ ମିଳିଛି l

ଖବର ପାଇ ଛତ୍ରପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ l ନିଆଁକୁ ଆୟତ କରିବା ପାଇଁ ବହୁ ଗ୍ରାମବାସୀ ସହଯୋଗ କରିଥିବା ଦେଖିବାକୁ ମିଳିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.