Below header

୪୫ ଦିନ ଜଳିବ ଗୋଟିଏ ଧୂପକାଠି, ଏବେ ଚର୍ଚ୍ଚାରେ୧୦୮ ଫୁଟ୍‌ ଲମ୍ବା ଧୂପକାଠି

କଣ ଆପଣ କେବେ ୧୦୮ ଫୁଟ ଲମ୍ବର ଧୂପକାଠି ଦେଖିଛନ୍ତି । ଆଉ ସବୁଠୁ ଖାସିୟତ୍‌ କଣ ଜାଣିଛନ୍ତି ଏ ଧୂପକାଠିର । ଏହି ଗୋଟିଏ ଧୂପକାଠି ଜଳିବ ୪୫ ଦିନ । ଏହାର ଓଜନ ପୁଣି ୩ ହଜାର ୪୨୮ କିଲୋଗ୍ରାମ ।

ବଡୋଦରା : କଣ ଆପଣ କେବେ ୧୦୮ ଫୁଟ ଲମ୍ବର ଧୂପକାଠି ଦେଖିଛନ୍ତି । ଆଉ ସବୁଠୁ ଖାସିୟତ୍‌ କଣ ଜାଣିଛନ୍ତି ଏ ଧୂପକାଠିର । ଏହି ଗୋଟିଏ ଧୂପକାଠି ଜଳିବ ୪୫ ଦିନ । ଏହାର ଓଜନ ପୁଣି ୩ ହଜାର ୪୨୮ କିଲୋଗ୍ରାମ । ଆଉ ଏହାର ମୋଟେଇ ହେଉଛି ୩.୫ ଫୁଟ୍ । ଏହି ୧୦୮ ଫୁଟ ଲମ୍ବର ଏହି ଧୂପକାଠିକୁ ଗୁଜରାଟର ବଡୋଦରା ତରସାଲି ଅଞ୍ଚଳରେ କାରିଗରମାନେ ତିଆରି କରୁଛନ୍ତି । ଏହି ଧୂପକାଠି ତିଆରି ହେବା ପରେ ଏହାକୁ ଅଯୋଧ୍ୟା ପଠାଯିବ । ଏହି ବିଶାଳକାୟ ଧୂପକାଠି ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଜଳିବ ।

ଏହି ଧୂପକାଠିରେ ଗାଈର ଗୋବର, ଗୁଆ ଘିଅ, ଗଛର କାଠ, ରାଶି ଏବଂ ଜଜ୍ଞ ସାମଗ୍ରୀ ସମେତ ଆହୁରି ଅନେକ ଜିନିଷର ବ୍ୟବହାର କରାଯାଇଛି । ଏହାକୁ ବନାଇବା ପାଇଁ ବହୁତ କିଛି ଟଙ୍କା ଖର୍ଚ୍ଚ ହେଉଛି । ଯାହାର ଆନୁମାନିକ ମୂଲ୍ୟପ୍ରାୟ ଲକ୍ଷେ ହେବ । ଏହାକୁ ଅଯୋଧ୍ୟା ପହଁଚାଇବାରେ ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ କହିରଖିବାକୁ ଚାହିଁବୁ ଯେ ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏହାର ଯଥେଷ୍ଟ ପୂର୍ବରୁ ଜାନୁୟାରୀ ୧୬ ତାରିଖରେ ଧୂପକାଠିକୁ ଅଯୋଧ୍ୟାରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ଜାନୁଆରୀ ପହିଲାରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ଏହି ଧୂପକାଠିକୁ ଅଯୋଧ୍ୟା ନିଆଯିବ । ଏହି ଧୂପକାଠିର ବିଶେଷତ୍ୱ ହେଉଛି ଥରେ ଜଳିଲେ ଏହା ୪୫ ଦିନ ପର୍ଯ୍ୟନ୍ତ ଲିଭିବନି । ଏହି ଧୂପକାଠି ପ୍ରସ୍ତୁତ କରିବାରେ ସ୍ଥାନୀୟ ଲୋକେ ସହଯୋଗ କରୁଛନ୍ତି । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଆଉ କିଛି ଲୋକ ଏହାକୁ ପୂଜା ବି କରୁଛନ୍ତି । ପ୍ରାଣ ପ୍ରତିଷ୍ଠା ପୂଜା ପରେ ୪୮ ଦିନ ମଣ୍ଡଳ ପୂଜା ହେବ ଯାହା ବିଶ୍ୱପ୍ରସନ୍ନ ତୀର୍ଥର ନେତୃତ୍ତ୍ୱରେ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.