ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଜ୍ୱାଇଁ ନାଁରେ ଅଭିଯୋଗ ଆଣିଲେ ଶାଶୂ

ରକ୍ଷକ ସାଜିଲା ଭକ୍ଷକ । ଯେଉଁ ସ୍ୱାମୀର ହାତ ଧରି ବାପ ଘରୁ ଶାଶୂ ଘରକୁ ଆସିଥିଲା ଆଜି ସେହି ସ୍ୱାମୀ ପିଟି ପିଟି ମାରିଦେଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଦିନାଡିଆ ଗ୍ରାମରେ ।

କାକଟପୁର : ରକ୍ଷକ ସାଜିଲା ଭକ୍ଷକ । ଯେଉଁ ସ୍ୱାମୀର ହାତ ଧରି ବାପ ଘରୁ ଶାଶୂ ଘରକୁ ଆସିଥିଲା ଆଜି ସେହି ସ୍ୱାମୀ ପିଟି ପିଟି ମାରିଦେଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଦିନାଡିଆ ଗ୍ରାମରେ ।

ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଡଲି ବେହେରା ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ସଞ୍ଜୟ ବେହେରା ଅନେକ ସମୟରେ ନିର୍ଯାତିତ କରିବା ସହିତ ମାର ଧର କରୁଥିଲେ । ଗତକାଲି ଡଲି ବେହେରାଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳା ଙ୍କ ମା । ମୃତକଙ୍କ ମା’ଙ୍କ ଅଭିଯୋଗ କ୍ରମେ ଅସ୍ତରଙ୍ଗ ଥାନାରେ ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଚାରିଚ୍ଛକ ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ଅସ୍ତରଙ୍ଗ ପୁଲିସ । ଏନେଇ ମୃତ ମହିଳାଙ୍କ ସ୍ବାମୀ ସହ ତାଙ୍କ ସମସ୍ତ ପରିବାର ଫେରାର ହୋଇଯାଇଥିବା ବେଳେ ଅସ୍ତରଙ୍ଗ ପୁଲିସ ହତ୍ୟାକାଣ୍ଡର କାରଣ ଖୋଜିବା ପାଇଁ ତଦନ୍ତ ଚଳାଇଛି ।

Leave A Reply

Your email address will not be published.