ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ପୂର୍ବ ଶତ୍ରୁତା ପାଇଁ ହୋଇଥିଲା ହତ୍ୟାକାଣ୍ଡ

ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (୧) ମଙ୍ଗଳବାର ପୂର୍ବ ଶତ୍ରୁତାକୁ ନେଇ  ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ କରିଛନ୍ତି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହି ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି।

ମୟୂରଭଞ୍ଜ(କେନ୍ୟୁଜ):  ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (୧) ମଙ୍ଗଳବାର ପୂର୍ବ ଶତ୍ରୁତାକୁ ନେଇ  ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ କରିଛନ୍ତି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହି ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫୨ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୯ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି।

ଅଭିଯୁକ୍ତ ଜଣକ ହେଲେ ବୈଶିଙ୍ଗା ଥାନା ନୂଆ ଗାଁ ଗ୍ରାମର ଶ୍ୟାମ ସୁନ୍ଦର ବାରିକ(୬୨)। ସୂଚନାଯୋଗ୍ୟ, ନୂଆ ଗାଁ ଗ୍ରାମର ନିବାସୀ ଶ୍ୟାମସୁନ୍ଦର ଏବଂ ମୃତକ ରାଧାକୃଷ ବାରିକଙ୍କ ମଧ୍ୟରେ କୋଣସି କାରଣ ପାଇଁ ପୂର୍ବ ଶତ୍ରୁତା ରହିଥିଲା। ଯାହାକୁ ନେଇ ସନ୍ଧ୍ୟା ସମୟରେ ଗ୍ରାମର ଏକ ପାନ ଦୋକାନ ସମ୍ମୁଖରେ ଉଭୟଙ୍କ ଝଗଡା ହୋଇଥିଲା। ସ୍ଥାନୀୟ ଲୋକମାନେ ବୁଝାସୁଝା କରିବା ପରେ ଶ୍ୟାମ ସୁନ୍ଦର ସେଠାରୁ ପଳାଇ ଯାଇଥିଲା।

ତେବେ ଏହାକୁ କେନ୍ଦ୍ର କରି ଶ୍ୟାମ ସୁନ୍ଦର ପ୍ରୀତିଶୋଧ ପରାୟଣ ହୋଇ ପରେ ଆକ୍ରମଣ କରିବା ନିମନ୍ତେ ଗ୍ରାମର ଏକ ସ୍ଥାନରେ ଛପି ରହିଥିଲା। ଉକ୍ତ ରାସ୍ତା ଦେଇ ରାଧାକୃଷ୍ଣ ବାରିକ ଓ ବସନ୍ତ ବାରିକ ଯାଉଥିବା ବେଳେ ଉତକ୍ଷିପ୍ତ ହୋଇ ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କରିଥିଲା।

ଯେଉଁଥିରେ କି ରାଧାକୃଷ୍ଣ ବାରିକଙ୍କୁ ହସ୍ପିଟାଲ ନେଇ ଯାଇଥିବା ବେଳେ ମୃତ୍ୟ ହୋଇଥିଲା। ଏଥି ସହିତ ବସନ୍ତ ବାରିକ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ବୈଶିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ କେସ ନମ୍ବର  ୧୨/୨୦୨୦ରେ ଏକ ମାମଲା ରୁଜୁ କରି ଶ୍ୟାମସୁନ୍ଦରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୧ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.