‘ଆକ୍ରମଣକାରୀଙ୍କୁ ପାତାଳରୁ ମଧ୍ୟ ଖୋଜି ଆଣିବୁ’… ଏମ୍‌ଭି କେମ୍‌ ପ୍ଲୁଟୋ ଉପରେ ଡ୍ରୋନ୍‌ ଆକ୍ରମଣକୁ ନେଇ ଗର୍ଜିଲେ ରାଜନାଥ ସିଂ

ଭାରତ ଆସୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଗର୍ଜିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ ଭାରତ ସରକାର ଏହି ଆକ୍ରମଣକୁ ଗମ୍ଭୀରତାର ସହ ନେଇଛନ୍ତି। ଯିଏ ବି ଏହି ଆକ୍ରମଣ କରିଛି, ତାକୁ ସମୁଦ୍ର ତଳୁ ମଧ୍ୟ ଖୋଜି ଆଣିବୁ।

ଭାରତ ଆସୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଗର୍ଜିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ ଭାରତ ସରକାର ଏହି ଆକ୍ରମଣକୁ ଗମ୍ଭୀରତାର ସହ ନେଇଛନ୍ତି। ଯିଏ ବି ଏହି ଆକ୍ରମଣ କରିଛି, ତାକୁ ସମୁଦ୍ର ତଳୁ ମଧ୍ୟ ଖୋଜି ଆଣିବୁ।

ମଙ୍ଗଳବାର ଆଇଏନ୍ଏସ୍ ଇମ୍ଫାଲ୍‌ର କମିଶନିଙ୍ଗ୍‌ ସମୟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆଜିକାଲି ସମୁଦ୍ରରେ ଅଶାନ୍ତି ବହୁ ମାତ୍ରାରେ ବଢ଼ିଯାଇଛି। ଭାରତର ଅର୍ଥନୈତିକ ଏବଂ ସାମରିକ ଅଭିବୃଦ୍ଧି ଦେଖି କିଛି ଶକ୍ତି ଈର୍ଷା ଓ ଦ୍ୱେଷରେ ପରିପୂର୍ଣ୍ଣ ହୋଇଯାଇଛନ୍ତି। ନିକଟରେ ଆରବ ସାଗରରେ ‘ଏମ୍‌ଭି କେମ୍‌ ପ୍ଲୁଟୋ’ ଉପରେ ଡ୍ରୋନ୍‌ ଆକ୍ରମଣ ଏବଂ କିଛି ଦିନ ତଳେ ଲୋହିତ ସାଗରରେ ‘ଏମ୍‌ଭି ସାଇବାବା’ ଉପରେ ହୋଇଥିବା ଆକ୍ରମଣକୁ ଭାରତ ଗମ୍ଭୀରତାର ସହ ନେଇଛି।

ରାଜନାଥ ସିଂ ଆହୁରି କହିଛନ୍ତି ଯେ ଭାରତୀୟ ନୌସୈନିକ ସମୁଦ୍ର ଉପରେ କଡ଼ା ନଜର ରଖିଛନ୍ତି। ଯେଉଁମାନେ ବି ଏହି ଆକ୍ରମଣ କରିଛନ୍ତି, ଆମେ ସେମାନଙ୍କୁ ସମୁଦ୍ର ତଳୁ ମଧ୍ୟ ଖୋଜି ବାହାର କରିବୁ ଏବଂ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ଆରବ ସାଗରରେ ଶନିବାର ‘ଏମ୍‌ଭି କେମ୍‌ ପ୍ଲୁଟୋ’ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଖବର ଆସିଥିଲା। ଏହି ଜାହାଜ ସାଉଦି ଆରବର ଏକ ବନ୍ଦରରୁ ଭାରତର ମାଙ୍ଗାଲୋର ଆସୁଥିଲା। ଗୁଜରାଟର ଭେରାଭଲଠାରୁ ୨୦୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏହି ଆକ୍ରମଣ କରାଯାଇଥିଲା।

ରିପୋର୍ଟ ମୁତାବକ, ଏହି ବାଣିଜ୍ୟିକ ଜାହାଜରେ ମାଷ୍ଟରଙ୍କ ସମେତ ୨୧ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକ ଥିଲେ। ଡ୍ରୋନ୍ ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯାଇଥିଲା, କିନ୍ତୁ ଠିକ୍‌ ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା।

You might also like