Below header

ଆଜି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨.୦’ କାର୍ଯ୍ୟକ୍ରମ , ଲକ୍ଷାଧିକ ପିଲାଙ୍କୁ ସଫଳତାର ମନ୍ତ୍ର ଦେଲେ ମୋଦି

ଦିଲ୍ଲୀ(କେନ୍ୟୁଜ୍) : ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍‌ସ । ଶ୍ରେଣୀ ପରୀକ୍ଷା,ଜୀବନ ପରୀକ୍ଷା ନୁହେଁ । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ପରୀକ୍ଷାକୁ ବୋଝ ଭଳି ନିଅନ୍ତୁ ନାହିଁ । ଏହି ସମୟରେ ଚିନ୍ତା ମୁକ୍ତ ରୁହନ୍ତୁ । ପରୀକ୍ଷା ବାହାରେ ମଧ୍ୟ ଏକ ବଡ଼ ଦୁନିଆ ରହିଛି । ଜୀବନର ଅର୍ଥ ଅଟକିବା ନୁହେଁ ଚାଲିବା । ଏହି ଚିନ୍ତାଧାରା ହିଁ ମନକୁ ହାଲକା କରିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିଭାବକମାନେ ପିଲାଙ୍କ ମନ କଥା ବୁଝିବା ଉଚିତ । ‘ନିଜ ସ୍ୱପ୍ନକୁ ପିଲାଙ୍କ ଉପରେ ଲଦି ଦିଅନ୍ତୁ ନାହିଁ ବୋଲି ମୋଦି ପରାମର୍ଶ ଦେଇଛନ୍ତି । ଦିଲ୍ଲୀର ଟାଲ୍‌କୋଟରା ଷ୍ଟାଡିୟମ୍‌ରେ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚା ୨.୦ କାର‌୍ୟ୍ୟକ୍ରମରେ ଯୋଗଦେଇ ଲକ୍ଷାଧିକ ପିଲାଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ନରେନ୍ଦ୍ର ମୋଦି । ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ସିଧାସଳଖ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.