ଆଜି ଦିଲ୍ଲୀରେ ଧ୍ୱଜାବତରଣ ଉତ୍ସବ , ସଜେଇ ହୋଇଛି ବିଜୟଚୌକ

ଦିଲ୍ଲୀ(କେନ୍ୟୁଜ୍) : ଦିଲ୍ଲୀରେ ଧ୍ୱଜାବତରଣ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ । ୪ ଦିନ ପରେ ଜାତୀୟ ପତାକାର ହେବ ଅବତରଣ ହେବ । ପରିବେଷିତ ହେବ ଦେଶାତ୍ମବୋଧକ ସଙ୍ଗୀତର ଧୂନ ସମେତ ସାଂସ୍କୃତିକ କାର‌୍ୟ୍ୟକ୍ରମ । ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏଥିପାଇଁ ବିଜୟଚୌକ ସଜେଇ ହୋଇଛି । ଆଜି ସଂଧ୍ୟାରେ ଧ୍ୱଜାବତରଣ ଉତ୍ସବ ସହ ଦେଶାତ୍ମବୋଧକ ସଙ୍ଗୀତର ଧୂନ ପରିବେଷିତ ହେବ ।

programe ସବୁ ବର୍ଷ ପରି ଏ ବର୍ଷ ଭାରତୀୟ ସଙ୍ଗୀତକାରଙ୍କ ଦବଦବା ରହିବ । ୨୭ଟି ଧୂନରୁ ୧୯ଟି ଧୂନ ଭାରତୀୟ ସଙ୍ଗୀତାକର ପ୍ରସ୍ତୁତ କରିଛନ୍ତି । ସେହିପରି ୮ଟି ସଙ୍ଗୀତ ଧୂମକୁ ପ୍ରସ୍ତୁତ କରିଛନ୍ତି ବିଦେଶ ସଙ୍ଗୀତଜ୍ଞ । ଉତ୍ସବରେ ସ୍ଥଳସେନା, ନୈସେନା ଓ ବାୟୁସେନାର ବ୍ୟାଣ୍ଡ ପାର୍ଟି ସାମିଲ ହେବେ । ସେହିପରି ବିଭିନ୍ନ ରାଜ୍ୟର ପୋଲିସ, ସିଏପିଏଫ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଓ ଦିଲ୍ଲୀ ପୋଲିସ ନିଜର ଜଲଓ୍ଵା ଦେଖାଇବେ । ୧୯୫୦ ମସହାରୁ ଏହି ଉତ୍ସବ ଆୟୋଜିତ ହୋଇଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.