Below header

ବଲାଙ୍ଗିର ରେଲେଓ୍ଵ ଷ୍ଟେସନ ରୋଡରେ ଖବର କାଗଜ ବିତରକଙ୍କୁ ହତ୍ୟା

ବଲାଙ୍ଗିର(କେନ୍ୟୁଜ୍) : ଖବର କାଗଜ ବିତରକଙ୍କୁ ହତ୍ୟା। ବଲାଙ୍ଗିର ରେଲେଓ୍ଵ ଷ୍ଟେସନ ରୋଡରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରତାପ ମହାପାତ୍ର, ଘର ଜଗତସିଂହପୁରର କୁଜଙ୍ଗ ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ପ୍ରତାପ ଅଫିସରୁ ଘରକୁ ଫେରୁଥିବାବେଳେ ଦୁର୍ବତ୍ତମାନେ ତାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ଲୁଟ୍‌ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.