Below header

ଆଜି ୯ ରାଜ୍ୟର ୪୬ ଜିଲ୍ଲାଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (କେନ୍ୟୁଜ) : ଆଜି ୯ ରାଜ୍ୟର ୪୬ ଜିଲ୍ଲାଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲାରେ କ’ଣ କରୋନା ସ୍ଥିତି ରହିଛି ଓ ଏହାର ମୁକାବିଲା ନେଇ ମୋଦି ଜିଲ୍ଲା ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବେ। ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ରହିବେ।

୧୯ କରୋନା ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୦୦ ଜିଲ୍ଲାଧିକାରୀଙ୍କ ସହ ଦୁଇ ଦିବସୀୟ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଦୁଇ ଅଲଗା ଅଲଗା ଗ୍ରୁପରେ ପ୍ରଧାନମନ୍ତ୍ରୀ ଏହି ଆଲୋଚନା କରିବେ। ମେ ୧୮ରେ ୧୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୦୦ ଜିଲ୍ଲାଧିକାରୀ ଓ ମେ ୨୦ରେ ୧୦ ରାଜ୍ୟର ୫୪ ଜିଲ୍ଲାଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ଆଜିର ବୈଠକରେ ତାମିଲନାଡୁ, ପଞ୍ଜାବ, ଦିଲ୍ଲୀ, ବିହାର, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶର ଜିଲ୍ଲାଅଧିକାରୀ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ସେହିପରି ମେ ୨୦ ହେବାକୁ ଥିବା ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ, ଓଡ଼ିଶା ଓ କେରଳ ଆଦିର ଜିଲ୍ଲାଧିକାରୀ ସାମିଲ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.